‘ଫୋର୍ଡ’ର କାରଖାନା କିଣିବା ଦୌଡରେ ଟାଟା ମୋଟର୍ସ!

latest business news Tata Motors in the race to buy Ford’s factory!

ନୂଆଦିଲ୍ଲୀ : ଫୋର୍ଡ ମୋଟର୍ସ ଭାରତୀୟ ଗ୍ରାହକଙ୍କ ପାଇଁ ଆଶ୍ଚର୍ଯ୍ୟ ଘୋଷଣା କରି ଗତ ଏପ୍ରିଲ ମାସରେ ନିଜର କାମ ବନ୍ଦ କରିଦେଇଥିଲା । ମାତ୍ର ଏହି ଫଇସଲା କଂପାନୀ ଗତ ବର୍ଷ ନେଇସାରିଥିଲା । ଏଥି ସହିତ କଂପାନୀ ଭାରତରେ ଏବେ ନିଜର ସାନନ୍ଦସ୍ଥିତ କାରଖାନାର ଆବଶ୍ୟକତା ରଖି ନାହିଁ ।

ଏମିତିରେ ଅନେକ ବାହନ ଉତ୍ପାଦନକାରୀ କଂପାନୀ ଏହି କାରଖାନାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ଏହି ଆଶା ପୂରଣ କରିଛି ଟାଟା ମୋଟର୍ସ । ଏଠାରେ ଟାଟା ମୋଟରର୍ସ କାର ଉତ୍ପାଦନ କରିବ । ଟାଟା ମୋଟର୍ସ ଏହି କାରଖାନାରେ ଟେକ୍ନୋଲୋଜି ସଂଶୋଧନ ଓ ଆବଶ୍ୟକ ପରିମାଣରେ ଅନ୍ୟ ଭିତ୍ତିଭୂମି ପରିବର୍ତ୍ତନ କରି ଏଠାରେ ଇଲେକ୍ଟ୍ରିକ କାର ଉତ୍ପାଦନ କରିପାରେ ।

ଟାଟା ମୋଟର୍ସକୁ ଗୁଜରାଟ ସରକାରଙ୍କ ତରଫରୁ ଅନୁମୋଦନ ମିଳିଛି । ରିପୋର୍ଟ ଯେ, ଖବ୍‌ ଶୀଘ୍ର ଟାଟା ମୋଟରର୍ସ ଓ ଫୋର୍ଡ ମୋଟରର୍ସ କଂପାନୀ ମଧ୍ୟରେ ଏକ ବୁଝାମଣା ହେବ । ଏହି କାମ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ହେବ ।