କୃଷି ଆନ୍ଦୋଳନ: ଆସନ୍ତାକାଲି ସୁଦ୍ଧ‌ା ସମାଧାନ ନହେଲେ ଦିଲ୍ଲୀକୁ ବନ୍ଦ ଦୁଗ୍ଧ-ଫଳ-ପରିବା-shaksi news

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନେନୋଏଡା-ଦିଲ୍ଲୀ ସୀମାନ୍ତରେ ଧାରଣା ଜାରି ରଖିଛନ୍ତି। ଫଳରେ ଦ୍ୱିତୀୟ ଦିନ ଜାତୀୟ ରାଜଧାନୀ ଅଞ୍ଚଳ ସହ ଉତ୍ତର ପ୍ରଦେଶକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତା ବନ୍ଦ ରହିଛି। ଏ ମଧ୍ୟରେ ହରିୟାଣାର ଜିନ୍ଦରେ ଥିବା ଖାପ ପଞ୍ଚାୟତ ବଡ଼ ନିଷ୍ପତ୍ତି ନେଇଛି। ପଞ୍ଚାୟତ କହିଛି ଯେ, ଯଦି ଡିସେମ୍ବର ୩ ତାରିଖ ଅର୍ଥାତ ସନ୍ତାକାଲି ମଧ୍ୟରେ ସରକାର କୌଣସି ସର୍ତ୍ତ ନ ମାନନ୍ତି । ତେବେ ଦିଲ୍ଲୀ ଯାଉଥିବା ଫଳ, କ୍ଷୀର ଏବଂ ପନିପରିବା ଯୋଗାଣ ବନ୍ଦ କରାଯିବ।

ସେହିପରି ସିଙ୍ଘୁ ସୀମାରେ କୃଷକଙ୍କର ଏକ ବଡ ବୈଠକ ହୋଇଛି, ଯେଉଁଥିରେ ଆଗାମୀ ରଣନୀତି ଉପରେ ଏକ ଆଲୋଚନା କରାଯାଉଥିବା ନେଇ ସୂଚନା ମିଳିଛି। ଦିଲ୍ଲୀରେ କୃଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ବେଙ୍ଗାଲୁରୁରେ ସିଭିଲ କୋର୍ଟ ବାହାରେ ଓକିଲମାନେ ଚାଷୀଙ୍କ ସମର୍ଥନରେ ପ୍ରଦର୍ଶନ କରିଛନ୍ତି।

ଅନ୍ୟପଟେ କୃଷକମାନେ ଆଜି ମଧ୍ୟ ନୋଏଡା-ଦିଲ୍ଲୀ ସୀମାନ୍ତରେ ଧାରଣା ଜାରି ରଖିଥିବାରୁ ଜାତୀୟ ରାଜଧାନୀ ଅଞ୍ଚଳକୁ ଆସୁଥିବା ଯାତ୍ରୀମାନେ ଚିଲ୍ଲା ରାସ୍ତା ପରିବର୍ତ୍ତେ ଦିଲ୍ଲୀ-ନୋଏଡାଡାଇରେକ୍ଟ୍‌ କିମ୍ବା କାଳିନ୍ଦୀ କୁଞ୍ଜ ରାସ୍ତାରେ ଯାତାୟାତ କରନ୍ତୁ ବୋଲି ଦିଲ୍ଲୀ ଟ୍ରାଫିକ୍‌ ପୁଲିସ କହିଛି।