ମୁମ୍ବାଇ : ଏବେ ମାତ୍ର ୯୮୦ ଟଙ୍କାରେ କରୋନା ପରୀକ୍ଷା କରାଯିବ। ମହାରାଷ୍ଟ୍ର ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ଟେଷ୍ଟିଂକୁ ନେଇ ଏହି ଗୁରୁତ୍ବପୂଣ୍ଣ ନିଷ୍ପତ୍ତି ନେଇଛନ୍ତି। କରୋନା ପରୀକ୍ଷାକୁ ନେଇ ଚତୁର୍ଥ ଥର ପାଇଁ ମୂଲ୍ୟ ନିଣ୍ଣୟ କରିଛନ୍ତି ମହାରାଷ୍ଟ୍ର ସରକାର । ଏଭଳି ନିଷ୍ପତ୍ତିରେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଅଧିକ ସହଜ ହେବ ବୋଲି କୁହାଯାଉଛି।
ସୂଚନା ଅନୁସାରେ ରାଜ୍ୟରେ କରୋନା ପରୀକ୍ଷା ପାଇଁ ନୂଆ ମୂଲ୍ୟ ସ୍ଥିର ହୋଇଛି। ଏଣିକି କରୋନା ପରୀକ୍ଷା ପାଇଁ ୯୮୦ ଟଙ୍କା ତଥା ଅତି ବେଶୀରେ ୧୮୦୦ ଟଙ୍କା ଖର୍ଚ କରିବାକୁ ପଡ଼ିବ। ସରକାର କରୋନା ପରୀକ୍ଷାକୁ ତିନିଟି ଶ୍ରେଣୀରେ ବିଭକ୍ତ କରିଛନ୍ତି ୯୮୦, ୧୪୦୦ ଓ ୧୮୦୦ ଟଙ୍କା।
ମହାରାଷ୍ଟ୍ରରେ ଯେକୌଣସି କରୋନା ଲ୍ୟାବରେ କରୋନା ପରୀକ୍ଷା ପାଇଁ ୯୮୦ ଟଙ୍କା ଦେବାକୁ ପଡ଼ିବ। କୋଭିଡ ସେଣ୍ଟର ବା ହସପିଟାଲରେ ପରୀକ୍ଷା କରାଇବା ପାଇଁ ଦେବାକୁ ପଡିବ ୧୪ ଶହ ଟଙ୍କା। ସେହିପରି ରୋଗୀଙ୍କ ଘରକୁ ଯାଇ କରୋନା ପରୀକ୍ଷା କରାଇବା ପାଇଁ ୧୮ଶହ ଟଙ୍କା ଦେବାକୁ ପଡ଼ିବ। ସମସ୍ତଙ୍କ ପାଖରେ କରୋନା ପରୀକ୍ଷା ପହଞ୍ଚାଇବା ପାଇଁ ଏଭଳି ମୂଲ୍ୟ ସରକାର ସ୍ଥିର କରିଛନ୍ତି।