ଉପନିର୍ବାଚନରେ ଡିଜିଟାଲରେ ପ୍ରଚାର କରିବେ ନବୀନ

ବାଲେଶ୍ୱର(ଏସ ନ୍ୟୁଜ): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି । ଏଥିପାଇଁ ପ୍ରଚାର ମଇଦାନରେ ତିନ ପ୍ରମୁଖ ଦଳର ହେବିୱେଟ ନେତା ଡେରା ପକାଇଛନ୍ତି ଆଉ ନିଜ ନିଜର ପ୍ରାର୍ଥୀଙ୍କୁ ଜିତିବା ପାଇଁ ପ୍ରଚାର ଚଳାଇଛନ୍ତି। ନିକଟରେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ରାଲି କରିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ମଇଦାନକୁ ଓହ୍ଲାଇବେ।ହେଲେ ଏଥର ଉପନିର୍ବାଚନ ପାଇଁ ଡିଜିଟାଲରେ ପ୍ରଚାର କରିବେ ନବୀନ ।

ବାଲେଶ୍ୱର ପାଇଁ ୨୯ରେ ନବୀନ ଡିଜିଟାଲରେ ପ୍ରଚାର କରିବେ ନବୀନ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପ୍ରଚାର କରିବେ ନବୀନ । ସେହିପରି ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ପାଇଁ ଆସନ୍ତାକାଲି ଡିଜିଟାଲ ପ୍ରଚାର କରିବେ ନବୀନ ପଟ୍ଟନାୟକ ।କରୋନା କଟକଣାକୁ ନଜରରେ ରଖି ଦଳର ପ୍ରାର୍ଥୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନବୀନ ଏଭଳି ଢଙ୍ଗରେ ପ୍ରଚାର କରିବେ ।