ଦେଶର କୃଷକଙ୍କ ପାଇଁ ‘କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି’

କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି ..

ଦେଶର କୃଷକଙ୍କ ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ଯାହାକି ୫ ଦିନ ଯାଏ ଆୟୋଜିତ ହେବ ବିଶେଷ କାର୍ଯ୍ୟକ୍ରମ ‘କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି’ ।

ଦେଶର ସମସ୍ତ ୭୨୦ କୃଷି ବିଜ୍ଞାନ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ଆଜାଦୀ କି ଅମୃତ ମହୋତ୍ସବର ଏକ ଅଂଶ ବିଶେଷ । କେନ୍ଦ୍ର କୃଷି ମନ୍ତ୍ରୀ ଦେଶବ୍ୟାପୀ ଏହି କର୍ମଶାଳାର ଶୁଭାରମ୍ଭ କରିବେ ।

ଏଥିରେ ୭୫ ଜଣ ମନୋନୀତ କୃଷକ ଏବଂ ଉଦ୍ୟୋଗୀମାନଙ୍କୁ ନେଇ ଏକ ରାଷ୍ଟ୍ରୀୟ ଆତ୍ମନିର୍ଭର ଭାରତ ସମ୍ମିଳନୀ ଆୟୋଜନ କରାଯିବ । ଅଭିଯାନରେ ଅଂଶଗ୍ରହଣ କରିବେ ୧ କୋଟିରୁ ଅଧିକ କୃଷକ ଏବଂ ହିତାଧିକାରୀ।