ରାଜକୁମାରୀ ରୁ ସିଧା ସୈନୀକ

ରାଜକୁମାରୀ ରୁ ସିଧା ସୈନୀକ.

ଡେନ୍‌ମାର୍କ ରାଜକୁମାରୀ ଇସାବେଲା ସାମରିକ ସେବା ଆରମ୍ଭ । ଏହା ଜରିଆରେ ସେ ପୂର୍ଣ୍ଣ ସାମରିକ ନିଯୁକ୍ତି ପ୍ରକ୍ରିୟାର ଅନୁପାଳନ କରିଥିବା ଡେନ୍‌ମାର୍କ ରାଜ ପରିବାରର ପ୍ରଥମ ମହିଳା ସଦସ୍ୟ ହୋଇଛନ୍ତି।

ଇସାବେଲା ରାଜା ଫ୍ରେଡ୍ରିକ ଏକ୍ସ ଓ ରାଣୀ ମ୍ୟାରିଙ୍କ ବଡ଼ ଝିଅ । ହାଇସ୍କୁଲରୁ ସ୍ନାତକ ଡିଗ୍ରୀ ହାସଲର କିଛି ସପ୍ତାହ ପରେ ସେ ଗାର୍ଡ ହୁସାର ରେଜିମେଣ୍ଟରେ ପହଞ୍ଚିଥିଲେ । ପ୍ରଥମ ଦିନ ତାଙ୍କର ସାଦାସିଧା ପରିଧାନ ସମସ୍ତଙ୍କୁ ଚକିତ କରିଥିଲା । ନିଜେ କଳା ରଙ୍ଗର ଏସ୍ୟୁଭି ଚଳାଇ ସେଠାରେ ପହଞ୍ଚିଥିଲେ ।
ଏକ ଜିନ୍ସ, ଟି-ସାର୍ଟ ଓ ଜ୍ୟାକେଟ୍ ସହିତ କାନ୍ଧରେ ଏକ ବଡ଼ ବ୍ୟାଗ୍ ପକାଇଥିଲେ । ହାତରେ ଏକ ଛୋଟ ପର୍ସ ଧରିଥିଲେ ।ଯୋଗ ଦେଇ ଗାର୍ଡଙ୍କୁ ନିଜର ପରିଚୟପତ୍ର ଦେଖାଇଲେ । ସେଠାରେ କିଛି ସାମ୍ବାଦିକ ଥିଲେ । ରାଜକୁମାରୀ ସେମାନଙ୍କୁ ଅଭିବାଦନ ଜଣାଇ ଥିଲେ।

ବର୍ତ୍ତମାନ ସେ ସେକେଣ୍ଡ ଲେଫ୍ଟନାଣ୍ଟ ଭାବେ ତାଲିମ ନେଉଛନ୍ତି । ଡେନ୍‌ମାର୍କ ରାଜ ପରିବାରର ସଦସ୍ୟମାନେ ପାରମ୍ପରିକ ରୂପେ ସଶସ୍ତ୍ର ବାହିନୀରେ ସେବା ପ୍ରଦାନ କରିଛନ୍ତି ।ଇସାବେଲା ରାଜପରିବାରର ପ୍ରଥମ ମହିଳା ଯିଏ ସୈନ୍ୟବାହିନୀରେ ପୂର୍ଣ୍ଣକାଳୀନ ସେବା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ସୈନ୍ୟବାହିନୀରେ ନିଯୁକ୍ତ ଅନ୍ୟମାନଙ୍କ ଭଳି ଇସାବେଲା ଦରମା କିମ୍ବା ଅନୁଦାନ ପାଇବେ ନାହିଁ ।

ଏହି ଅବଧିରେ ସେ ଅଭିଭାବକଙ୍କ ଆର୍ଥିକ ସମର୍ଥନ ଉପରେ ନିର୍ଭର କରିବେ ବୋଲି ଡେନ୍‌ମାର୍କ ରାଜପରିବାର ସ୍ପଷ୍ଟ କରିଛି ।