ଭଗବାନ ପାକିସ୍ତାନକୁ ସଦବୁଦ୍ଧି ଦିଅନ୍ତୁ: ରାଜନାଥ ସିଂହ

ଶ୍ରୀନଗର : ଆସନ୍ତା ୨୬ରେ କାର୍ଗିଲ ବିଜୟ ଦିବସ ପାଳିବ ଦେଶ । ଏହା ପୂର୍ବରୁି ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାକ ଅଧିକୃତ କାଶ୍ମୀର ନେଇ ଭାରତ ସଂସଦରେ ପ୍ରସ୍ତାବ ପାରିତ ହୋଇଥିଲା । ପାକ ଅଧିକୃତ କାଶ୍ମୀର ଭାରତର ଥିଲା ଅଛି ଓ ରହିବ । ଏହା କିପରି ହୋଇପାରିବ ଶିବ ସ୍ୱରୂପ ବାବା ଅମରନାଥ ଏବଂ ମା’ ଶାରଦା ଶକ୍ତି ସ୍ୱରୁପା ଏଲଓସିରେ ଆମ ପାଖରେ । ପାକିସ୍ତାନକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ । ସେ ଆହୁରି କହିଛନ୍ତି, ଦେଶର ସୁରକ୍ଷା ପାଇଁ ଜୀବନ ଦେଇଥିବା ସମସ୍ତଙ୍କୁ ଦେଶ ମନେ ରଖିବ । ଆମ ସେନା ଦେଶ ପାଇଁ ସବୁବେଳେ ଏହି ଶ୍ରେଷ୍ଠ ବଳିଦାନ ଦେଇଛନ୍ତି ।