ସୁସ୍ମିତାଙ୍କୁ ନେଇ ବିକ୍ରମ୍‌ ଭଟ୍ଟଙ୍କ ବଡ ବୟାନ

ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନ ପୂର୍ବତନ ଆଇପିଏଲ୍‌ ଚେୟାରମ୍ୟାନ୍‌ ଲଳିତ ମୋଦୀଙ୍କ ସହ ସମ୍ପର୍କ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତାଙ୍କୁ ଲୋକେ ‘ଗୋଲ୍ଡ ଡିଗର’ ବୋଲି କହୁଛନ୍ତି । ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେବା ପରେ ସୁସ୍ମିତାଙ୍କ ସମର୍ଥନରେ ଛିଡା ହୋଇଛନ୍ତି ନିର୍ଦ୍ଦେଶକ ବିକ୍ରମ ଭଟ୍ଟ । ଏକ ସାକ୍ଷାତକାରରେ ଭଟ୍ଟ କହିଛନ୍ତି ଯେ ଯେଉଁମାନେ ସୁସ୍ମିତାଙ୍କୁ ‘ଗୋଲ୍ଡ ଡିଗର’ ବୋଲି କହୁଛନ୍ତି ସେମାନେ ସୁସ୍ମିତାଙ୍କୁ ଜାଣିନାହାନ୍ତି । ସୁସ୍ମିତା ଗୋଲ୍ଡ ଡିଗର ନୁହଁନ୍ତି, ବରଂ ସେ ଜଣେ ପ୍ରେମ ପାଗଳୀ । ଭଟ୍ଟ କହିଛନ୍ତି ଯେ, ମୁଁ ଯେତେବେଳେ ଫିଲ୍ମ ‘ଗୁଲାମ’ର ନିର୍ଦ୍ଦେଶନା ଦେଉଥିଲି ସେତେବେଳେ ମୋ ପାଖରେ ବେଶୀ କିଛି ଟଙ୍କା ନଥିଲା । ସେତେବେଳେ ସୁସ୍ମିତା ହିଁ ମୋତେ ସାହାଯ୍ୟ କରିଥିଲେ । ସୁସ୍ମିତା ହେଉଛନ୍ତି ସେହି ମହିଳା ଯିଏକି ମୋତେ ଆମେରିକା ନେଇ ଯାଇଥିଲେ ଏବଂ ଯାତ୍ରାର ସମସ୍ତ ଖର୍ଚ୍ଚ ବହନ କରିଥିଲେ ।