ଟାଇଗରଙ୍କ ସହ ରୋମାନ୍ସ କରିବେ ରଶ୍ମିକା

ଟାଇଗରଙ୍କ ସହ ରଶ୍ମିକା ମନ୍ଦନାଙ୍କ ଏହା ତାଙ୍କର ପ୍ରଥମ ଯୋଡ଼ି….

ମୁମ୍ବାଇ: ବଲିଉଡ ଆକ୍ସନ ଅଭିନେତା ଟାଇଗର ଶ୍ରଫଙ୍କ ସହ ନଜର ଆସିବେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା । ଟାଇଗର୍‌ଙ୍କ ଚରିତ୍ର ଯେଉଁଭଳି, ତାକୁ ନେଇ ଫିଲ୍ମର ଟାଇଟଲ ସ୍ଥିର କରାଯାଇଛି । ପ୍ରଡକ୍ସନ ହାଉସ୍‌ ଏହି ଟାଇଟଲକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଉଭୟ ରଶ୍ମିକା ଓ ଟାଇଗର ଏହି ସିଡ୍ୟୁଲରେ ଯୋଗ ଦେବେ । ଟାଇଗରଙ୍କ ସହ ରଶ୍ମିକା ମନ୍ଦନାଙ୍କ ଏହା ତାଙ୍କର ପ୍ରଥମ ଯୋଡ଼ି । ଆସନ୍ତା ବର୍ଷ ମଧ୍ୟଭାଗରେ ଫିଲ୍ମଟି ମୁକ୍ତିଲାଭ କରିବ ।