ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ କଲ୍ୟାଣ ପାଇଁ ଭାରତ ସରକାର ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ କଲ୍ୟାଣ ପାଇଁ …

ଭୁବନେଶ୍ୱର,(ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ କଲ୍ୟାଣ ପାଇଁ ଭାରତ ସରକାର ପ୍ରତିବଦ୍ଧ । ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଦେଶର ଅସଂଗଠିତ ଶ୍ରମିକ ଭାଇ ଓ ଭଉଣୀମାନଙ୍କର ଅଂଶଗ୍ରହଣ ଦେଶର ବିକାଶରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦେଶର ବିକାଶରେ ଅସଂଗଠିତ କ୍ଷେତ୍ରର ଶ୍ରମିକ ଭାଇ ଓ ଭଉଣୀମାନଙ୍କର ସହଭାଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ସରକାର ସର୍ବଦା କୋଟି କୋଟି ଶ୍ରମିକଙ୍କ ଜୀବନକୁ ସହଜ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଯୋଜନା ଦ୍ୱାରା ସେମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ ହୋଇଥିବାବେଳେ ମହାମାରୀ ସମୟରେ ବି ସାହାଯ୍ୟ କରିବାକୁ ଆହୁରି ଅନେକ ପଦକ୍ଷେପ ନିଆଯାଇଥିଲା ।”