ମାର୍ଚ୍ଚରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ଜିଏସଟି ଆଦାୟ

ନୂଆଦିଲ୍ଲୀ: ଚଳିତ ମାସ ମାର୍ଚ୍ଚରେ ଜିଏସଟି ଆଦାୟ ସର୍ବକାଳୀନ ରେକର୍ଡ ଭାଙ୍ଗ କରିଛି । ଦେଶରେ ଜିଏସଟି ଲାଗୁ ହେବା ପରଠାରୁ ଏପର୍ଯ୍ୟନ୍ତ ୨୦୨୨ ମାର୍ଚ୍ଚରେ ସର୍ବାଧିକ ଜିଏସଟି ଆଦାୟ ହୋଇଛି । ୨୦୨୨ ମାର୍ଚ୍ଚରେ ୧.୪୨ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିବା ହୋଇଛି । ଏନେଇ ଅର୍ଥ ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଦେଶରେ ପ୍ରତିବର୍ଷ ଜିଏସଟି ଆଦାୟ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ୨୦୨୧ ମାର୍ଚ୍ଚ ଅପେକ୍ଷା ୨୦୨୨ ମାର୍ଚ୍ଚରେ ଜିଏସଟି ଆଦାୟ ଅଧିକ ରହିବା ସହ ୨୦୨୦ ମାର୍ଚ୍ଚ ତୁଳନାରେ ୪୬ ପ୍ରତିଶତ ଅଧିକ ରହିଥିବା ଜଣାପଡିଛି ।