ପଂଜଶୀରରେ ଉଠିଲା ଅସ୍ତ୍ର, ବଗଲାନରେ ୩୦୦ ତାଲିବାନୀଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନକୁ ପୁରା ଅଧିକାର ସହ ତାଲିବାନ ଯଦିଓ କାବୁଲକୁ ନିଜ ଅଧୀନରେ ସାମିଲ କରିପାରିଛି । କିନ୍ତୁ ଆଫଗାନିସ୍ତାନର ଏକ ଏଭଳି ଅଂଚଳ ରହିଛି, ଯାହାକୁ ନିଜ ଅଧୀନରେ ଆଣିବା ପାଇଁ ସ୍ୱପ୍ନ ପୂରା କରିପାରି ନାହିଁ। ୨୦ ବର୍ଷରେ ନୁହେଁ କି ଏବେ ବି ନାହିଁ। ତାଲିବାନର ଯୋଦ୍ଧାମାନେ ଏବେ ବିଦ୍ରୋହୀଙ୍କ ଗଡ଼ ପଞ୍ଜଶୀର ଘାଟୀ ଆଡ଼କୁ ଅଗ୍ରସର ହୋଇଛନ୍ତି।

ଆଫଗାନିସ୍ତାନକୁ ପୁରା ଅଧିକାର କରିବା ପରେ ଏବେ ମଧ୍ୟ ପଞ୍ଚଶୀର ଘାଟିକୁ ଏପର୍ଯ୍ଯନ୍ତ ଦଖଲ କରିପାରି ନାହିଁ ତାଲିବାନ । ବନ୍ଧୁକ ମୁନରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ଦଖଲ କରିସାରିଛି ତାଲିବାନ। ତାଲିବାନ ଦେଶର ଅଭେଦ୍ୟ ଦୁର୍ଗ ପଞ୍ଜଶୀରରେ ଏଯାଏଁ ପାଦ ଦେଇପାରି ନଥିଲେ ତାଲିବାନୀ ଆତଙ୍କୀ ।

ହେଲେ ସେଠାରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଶାହା ମସୁଦଙ୍କ ଯୋଦ୍ଧାମାନେ ଘାଟିକୁ ତାଲିବାନ ହାତକୁ ନଦେବାକୁ ନିଷ୍ପତ୍ତି କରି ଜଗି ବସିଛନ୍ତି । ତାଲିବାନୀମାନେ ସେଠାରେ ପହଂଚିବା ପରେ ମାସୁଦଙ୍କ ଯୋଦ୍ଧାମାନେ ତାଙ୍କୁ କଡା ଟକ୍କର ଦେଉଥିବା ଜଣାପଡିଛି। ଫଳରେ ତାଲିବାନୀ ସହ ସେମାନଙ୍କ ମୁହାଁମୁହିଁ ସ୍ଥିତି ଉପୁଜିଛି । ତାଲିବାନ କରୀ ଫସୀହୁଦ ଦୀନହାଫିଜୁଲ୍ଲାହଙ୍କ ନେତୃତ୍ୱରେ ପଂଜଶୀର ଉପରେ ଆକ୍ରମଣ କରିବାକୁ ଶତାଧିକ ଲଢୁଆଙ୍କୁ ପଠାଇଥିଲା। ବଗଲାନ ରାଜ୍ୟର ଅନ୍ଦରାବ ଘାଟିରେ ଅଙ୍କୁଶ ଲଗାଇ ବସିଥିବା ପଂଜଶୀରର ବିଦ୍ରୋହୀମାନେ ଆକ୍ରମଣ କରିଦେଇଛନ୍ତି। ଏହି ଆକ୍ରମଣରେ ପ୍ରାୟ ୩୦୦ ତାଲିବାନୀଙ୍କ ମୃତ୍ୟୁ ହୋଇଛି। ଏହା ଦ୍ୱାରା ତାଲିବାନର ଯୋଗାଣ ମାର୍ଗ ମଧ୍ୟ ବନ୍ଦ ହୋଇଯାଇଛି। ଜେନେରାଲ ବିସ୍ମିଲ୍ଲାହ ମହମ୍ମଦଙ୍କ ଘୋଷଣା ତାଲିବାନ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି। ପଂଜଶୀରରେ ସେନା ତାଲିବାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ଅହମ୍ମଦ ମସୁଦ କହିଛନ୍ତି, କୌଣସି ବି ପରିସ୍ଥିତିରେ ତାଲିବାନୀଙ୍କୁ ସେ ସ୍ୱପ୍ନ ପୂରା ହେବାକୁ ଦିଆଯିବନାହିଁ । ସେ ଯୁଦ୍ଧ ଚାହୁଁ ନାହାନ୍ତି । କିନ୍ତୁ ତାଲିବାନୀଙ୍କ ସହ ଆଲୋଚନା ନିସ୍ଫଳ ରହିଲେ ଯୁଦ୍ଧ ଆଶଙ୍କା ବି ଏଡ଼ାଇ ହେବନି ବୋଲି ଚେତେଇ ଦେଇଛନ୍ତି ଅହମ୍ମଦ ମସୁଦ । ପଞ୍ଜଶିରରେ ଆଫଗାନିସ୍ତାନରେ ସରକାର ଚଳାଇବା ସେମାନଙ୍କ ପାଇଁ ମୁସ୍କିଲ ହେବ ବୋଲି ତାଲିବାନ ନେତା ଜାଣି ସାରିଲେଣି ବୋଲି ମାସୁଦ କହିଛନ୍ତି।