ମେଡିସିନ୍ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ନ୍ୟୁୟର୍କ: ଚଳିତ ବର୍ଷ ଫିଜିଓଲୋଜି ଓ ମେଡିସିନର ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର । ଏହି ୩ ଜଣଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ମିଳିବ । ତେବେ ସେହି ୩ ଜଣ ହେଉଛନ୍ତି –ହାର୍ଭେ ଜେ ଅଲଟର, ମାଇକେଲ ହଟନ, ଚାର୍ଲସ ଏମ ରାଇସ୍ । ହେପାଟାଇଟିସ୍-ସି ଭୂତାଣୁର ଆବିଷ୍କାର ପାଇଁ ଏହି ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିବାକୁ ଯାଉଛି । ଏହି ପୁରସ୍କାର ସେହି ତିନି ବୈଜ୍ଞାନିକଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ ଯେଉଁମାନେ ରକ୍ତଜନିତ ରୋଗ ହେପାଟାଇଟସ୍ ବିରୋଧରେ ନିର୍ଣ୍ଣାୟକ ଯୋଗଦାନ ଦେଇଥାନ୍ତି ।

ହେପାଟାଇଟସ୍ ବିଶ୍ୱର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା । ଏହା ବିଭିନ୍ନ ଲୋକଙ୍କ ପାଇଁ ସିରୋସିସ୍ ଓ ଯକୃତ କ୍ୟାନସରର କାରଣ ହୋଇଥାଏ । ଏହାପୂର୍ବରୁ ହେପାଟାଇଟସ୍ ଏ ଓ ବି ଭାଇରସର ସନ୍ଧାନରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଥିଲା । ତେବେ ଅଧିକାଂଶ ରକ୍ତ ଜନିତ ହେପାଟାଇଟସ୍ ମାମଲାକୁ ଠାବ କରିହୁଏ ନାହିଁ ।