କରୋନା ମୃତ୍ୟୁ ମାମଲାରେ ସବୁ ଦେଶର ରେକର୍ଡ ଭାଙ୍ଗି ଦେଇଛି ଭାରତ!

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ’ ହୁ’ ହୋଇ ବଢ଼ୁଛି । ଅତି ଭୟଙ୍କର ଏହି ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ପୁନର୍ବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୧୪,୧୮୮ କରୋନାଭାଇର ନୂତନ ସଂକ୍ରମଣ ଓ ୩,୯୧୫ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୧୪,୯୧,୫୯୮ ଓ ମୃତ୍ୟୁସଂଖ୍ୟା ପହଞ୍ଚିଛି ୨,୩୪,୦୮୩ରେ ।

ଏବେ ଦେଶରେ ଲଗାତାର ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନରେ ସର୍ବାଧିକ କରୋନା ମୃତ୍ୟୁ ମାମଲାରେ ସବୁ ଦେଶର ରେକର୍ଡ ଭାଙ୍ଗି ଦେଇଛି ଭାରତ । ଗତ ୧୦ ଦିନ ହେଲା ଦେଶରେ ପାଖାପାଖି ୩ ହଜାର ସଂକ୍ରମିତଙ୍କ ମୃତ୍ୟୁ ହେଉଛି। ଅର୍ଥାତ ଦେଶରେ ଘଣ୍ଟାକୁ ୧୫୦ ଜଣଙ୍କର ମୃତ୍ୟୁ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହା ପୂର୍ବରୁ ୧୦ ଦିନରେ ସବୁଠାରୁ ଅଧିକ ମୃତ୍ୟୁ ଆମେରିକାରେ ହୋଇଥିଲା। ୧୦ ଦିନ ଅବଧିରେ ଆମେରିକାରେ ୩୪ ହଜାର ୭୯୮ ମୃତ୍ୟୁ ରେକର୍ଡ କରାଯାଇଥିଲା। ମୃତ୍ୟୁ ମାମଲାରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଥିଲା। ବ୍ରାଜିଲରେ ୧୦ ଦିନରେ ୩୨ ହଜାର ୬୯୨ ମୃତ୍ୟୁ ରେକର୍ଡ ହୋଇଥିଲା। ୧୦ ଦିନ ଅବଧିରେ ମେକ୍ସିକୋରେ ୧୩ ହଜାର ୮୯୭ ଜଣଙ୍କର ମୃତ୍ୟୁ ହୋଇଥିଲା।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩,୩୧,୫୦୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥ ହୋଇଥିବା ସଂଖ୍ୟା ୧,୭୬,୧୨,୩୫୧ରେ ପହଞ୍ଚିଛି।