ଆଇସିସି ଟି-୨୦ ର‍୍ୟାଙ୍କିଙ୍ଗରେ ଶୀର୍ଷରେ ଭାରତ

ଆଇସିସି ଟି-୨୦ ର‍୍ୟାଙ୍କିଙ୍ଗରେ ଶୀର୍ଷରେ ଭାରତ…

ନୂଆଦିଲ୍ଲୀ : ଆଇସିସି ଟି-୨୦ ର‍୍ୟାଙ୍କିଙ୍ଗରେ ଶୀର୍ଷରେ ଭାରତ । ଏହି ର‍୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ପଞ୍ଚମରେ ରହିଛି । ଆଇସିସିର ର‍୍ୟାଙ୍କିଙ୍ଗରେ ଇଂଲଣ୍ଡଠାରୁ ୫ ଉପରେ ରହି ଭାରତ ଶୀର୍ଷ ସ୍ଥାନରେ ରହିବା ସହ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱ କପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳ ଟି-୨୦ ଫର୍ମାଟରେ ଘରୋଇ ମୈଦାନରେ ଜବରଦସ୍ତ ପ୍ରଦର୍ଶନ କରିଥିଲା । ଏଥିଯୋଗୁଁ ୨୦୨୧-୨୨ ବର୍ଷର ବିଶ୍ୱର ନମ୍ୱର ୱାନ ଟି-୨୦ ଟିମ ହୋଇଛି ଭାରତ । ସେହିପରି ବାର୍ଷିକ ରାଙ୍କିଂରେ ନ୍ୟୁଜିଲାଣ୍ଡ ଦିନିକିଆ କ୍ରିକେଟରେ ଦୁନିଆର ଏକ ନମ୍ୱର ଟିମ ହୋଇଛି ।