୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବ ଇଣ୍ଡିଆ

ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେଂଟ ବୈଠକର ପରଦିନ ପଶ୍ଚିମବଙ୍ଗର ଧୁପଗୁଡ଼ିରେ ଅନୁଷ୍ଠିତ ଉପନିର୍ବାଚନ ସଭାରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ରନ୍ଧନ ଗ୍ୟାସ ଦର କମାଇ ଦିଆଯିବାକୁ ଆଧାର କରି ମମତା କହିଲେ ଯେ ଏହା ବୋଧହୁଏ ମୋଦିଙ୍କର ରାଖି ଉପହାର । ଯଦି ବିଜେପି ନେତା ଏହାକୁ ରାଖି ଉପହାର ବୋଲି କୁହନ୍ତି ।

ତେବେ ମୋର ସେମାନଙ୍କୁ ପ୍ରଶ୍ନ: କ’ଣ ଏ ପର୍ବ ପ୍ରତି ୫ ବର୍ଷରେ ଥରେ ପଡ଼ିଥାଏ । ଯଦି ୨୦୨୪ରେ ଇଣ୍ଡିଆ ମେଂଟ କ୍ଷମତାକୁ ଯିବ, ତେବେ ଏଲପିଜି ସିଲିଣ୍ଡର ଦର ୫୦୦ ଟଙ୍କା କରିବ । ଯଦି ବିଜେପି ଗୋଠ କ୍ଷମତାସୀନ ହୁଏ, ତେବେ ଏଲପିଜି ସିଲିଣ୍ଡର ତିନିହଜାର ଟଙ୍କା ହେବ ।

ଏହି ଅବସରରେ ମମତା ଜନତାଙ୍କୁ ପ୍ରଶ୍ନ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଆପଣମାନଙ୍କୁ ୧୫ ଲକ୍ଷ ଟଙ୍କା ଦେଇ ପାରିଛନ୍ତି କି? ନିର୍ବାଚନ ଜିତିବା ପରେ ମନରେଗା ପାଣ୍ଠି ବନ୍ଦ କରିଦେଲେ । କ’ଣ ଆପଣମାନେ କିଛି କହିବେନି? ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇ ତାକୁ ରାଖି ଉପହାର କହୁଛନ୍ତି ।