ଭାରତ ର ଐତିହାସିକ ମହାକାଶ ଯାନ-ଆଶ୍ଚର୍ଯ୍ୟ ହୋଇଯିବ ସାରା ଦୁନିଆଁ

ଭାରତ ର ଆର୍‌ଏଲ୍‌ଭି ଟେକନୋଲଜି ଆମେରିକା, ରୁଷ୍‌ ଏବଂ ଚୀନ୍‌ ମଧ୍ୟ ଚାହୁଁଛନ୍ତି..

ନୂଆଦିଲ୍ଲୀ,(ସା କ୍ ସୀ ନ୍ୟୁଜ୍): ସ୍ୱଦେଶୀ ମହାକାଶ ଯାନ ବା ‘ସ୍ପେସ୍‌ ସଟଲ୍‌’ ୨୮ ଜାନୁଆରୀରେ ଭାରତ ପୁନଃ ବ୍ୟବହାର କରାଯାଉଥିବା ଲଞ୍ଚ୍‌ ଭେହିକିଲ୍‌ ବା ଏକ ପ୍ରକାରର ବିଶେଷ ମହାକାଶ ଯାନର ପରୀକ୍ଷଣ କରିବ । ତେବେ ଏହା ପ୍ରଥମ ପରୀକ୍ଷଣ କରାଯିବ ବୋଲି ଇସ୍ରୋର ମୁଖ୍ୟ ଡକ୍ଟର ଏସ୍‌ ସୋମନାଥ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ, ଏକ ଛୋଟ ରକେଟ୍‌ କିମ୍ବା ହେଲିକପ୍ଟର ଏହାକୁ ଭୂମି ଠାରୁ ୩ କିଲୋମିଟର ଉପରକୁ ନେଇଆସିବ । ଏହାପରେ ଏହା ଭୂମିରେ ଅବତରଣ କରିପାରିବ । ପରୀକ୍ଷଣ ସଫଳ ହୋଇଗଲେ ଭାରତ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟର ସ୍ଥାନ ଅଧିକାର କରିବ ।

୨୦୩୦ ସୁଦ୍ଧା ଏହି ପ୍ରକ୍ଳପ କାର୍ଯ୍ୟ କରିବ ବୋଲି ଆକଳନ କରାଯାଉଛି । ଏହା ସଫଳ ହେଲେ ଆଉ ବାରମ୍ବାର ରକେଟ୍‌ ତିଆରି କରିବା ଆବଶ୍ୟକ ନାହିଁ । ଏହାକୁ ଅଳ୍ପ ମେଣ୍ଟେନାନ୍ସ ପରେ ପୁଣି ମହାକାଶକୁ ପ୍ରେରଣ କରାଯାଇ ପାରିବ । ଏହା ମହାକାଶ ଯାନ ଏବଂ ଯୁଦ୍ଧାସ୍ତ୍ର ବହନକାରୀ ଯାନ ଭାବେ ବ୍ୟବହାର କରାଯାଇ ପାରିବେ ।

ସେହିପରି, ଏହି ପ୍ରକ୍ଳପ ସଫଳ ହେଲେ ବିଭିନ୍ନ କୁତ୍ରିମ ଉପଗ୍ରହ ବା ସାଟେଲାଇଟ୍‌କୁ ତାଙ୍କ କକ୍ଷରେ ସ୍ଥାପନ କରାଯାଇ ପାରିବ । ଭାରତର ଏହି ବୈଷୟିକ ଜ୍ଞାନ ବ୍ୟବହାର କରିବା ପାଇଁ ଆମେରିକା, ରୁଷ୍‌ ଏବଂ ଚୀନ୍ ଚାହିଁ ବସିଛନ୍ତି ।