ପୁଣି ଜାଗ୍ରତ ହୋଇଛି ଆମେରିକା: ଜୋ ବାଇଡେନ୍‌

ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ‘ଆମେରିକା ଜାଗ୍ରତ ହୋଇଛି’ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏହାଦ୍ବାରା ସେ ସୂଚାଇ ଦେଇଛନ୍ତି। ବାଇଡେନ୍‌ଙ୍କ ବିଜୟପରେ ଅଭିନନ୍ଦନ ଜଣାଇବାକୁ ଫୋନ୍ କରୁଥିବା ବିଶ୍ବ ନେତାମାନଙ୍କୁ ଏଭଳି କହିଛନ୍ତି। ବିଶ୍ୱର ପ୍ରତି ଘଟଣା ପ୍ରବାହରେ ଅଧିକ ସଂଶ୍ଳୀଷ୍ଟ ହେବାକୁ ଏଥର ଆମେରିକା ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଏକାନ୍ତବାଦ ନିୟମ ଦ୍ବାରା ପରିଚାଳିତ ‘ଆଗ ଆମେରିକା’ର ଏହା ହେବ ବିପରୀତ ରୀତି।

ତେବେ ନିର୍ବାଚନରେ ସଫଳତା ପରେ ଅଭିନନ୍ଦନ ଜଣାଇଥିବା ଇଂଲଣ୍ଡ, ଫ୍ରାନ୍‌ସ୍‌, ଜର୍ମାନି ଏବଂ ଭାରତ ଭଳି ଦେଶମାନଙ୍କ ଉଦ୍ଦେଶ୍ୟରେ ବାଇଡେନ୍‌ଙ୍କର ଏଭଳି ମନ୍ତବ୍ୟ ରଖିଛନ୍ତି। ଏପରିକି ପରେ ଟୁଇଟ୍‌ କରି ମଧ୍ୟ ବାଇଡେନ୍‌ ତାଙ୍କ ବାର୍ତ୍ତାକୁ ଦୋହରାଇଛନ୍ତି। ସେ ଲେଖିଛନ୍ତି, ବିଦେଶୀ ନେତାମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ଆମେ ପୁଣି ସକ୍ରିୟ ହୋଇଛୁ ବୋଲି କହିଥିଲି ।

ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅଭିଯାନରେ ମଧ୍ୟ ସେ କହିଥିଲେ ଯେ, ପୁଣି ଥରେ ନେତୃତ୍ବ ନେବା ଲାଗି ଆମର ବିଶ୍ବସନୀୟତା ଏବଂ ପ୍ରଭାବ ଫେରାଇ ଆଣିବାକୁ ପଡ଼ିବ। ତେଣୁ, ବିଶ୍ୱ ବ୍ୟାପାରରେ ଆମେରିକାର ଭୂମିକା ଏବଂ ନେତୃତ୍ବ ଫେରାଇ ଆଣିବା ନିମନ୍ତେ ବାଇଡେନ୍ ତାଙ୍କ ପ୍ରତିଶ୍ରୁତି ପାଳନ କରୁଛନ୍ତି। ସେ ଆହୁରି କହିଛନ୍ତି ଯେ , ବାଇଡେନ୍‌ ପ୍ରଶାସନର ପ୍ରଥମ ଦିନ ହିଁ ଅନ୍ୟ ଦେଶମାନେ ପୁଣି ଥରେ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ କଥା ପ୍ରତି ଭରସା କରିବା ଓ ସମ୍ମାନ ପ୍ରଦର୍ଶନ କରିବାର କାରଣ ପାଇଯିବେ।