ଭାଙ୍ଗିଗଲା ଆଲପାଇନ ଗ୍ଲାସିୟରର ବିଶାଳ ଖଣ୍ଡ: ୫ ମୃତ
ଇଟାଲୀର ଆଲପାଇନ ଗ୍ଲାସିୟରର ଏକ ଖଣ୍ଡ ରବିବାର ଭାଙ୍ଗିଯାଇଛି । ଫଳରେ ଅତି…
ନୂଆଦିଲ୍ଲୀ: ଇଟାଲୀର ଆଲପାଇନ ଗ୍ଲାସିୟରର ଏକ ଖଣ୍ଡ ରବିବାର ଭାଙ୍ଗିଯାଇଛି । ଫଳରେ ଅତି କମରେ ୫ ଜଣ ପ୍ରାଣ ହରାଇବା ସହ ୮ ଜଣ ଗୁରୁତର ହୋଇଛନ୍ତି । କିନ୍ତୁ ପ୍ରକୃତରେ କେତେଜଣ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । ଆହୁରି ମଧ୍ୟ କେତେ ଜଣ ନିଖୋଜ ଅଛନ୍ତି ତାହା ମଧ୍ୟ ଅସ୍ପଷ୍ଟ ରହିଛି । ନ୍ୟାଶନାଲ ଆଲପାଇନ ଆଣ୍ଡ କେଭ ରେସକ୍ୟୁ କୋର ଟ୍ୱିଟ କରି କହିଛି ଯେ, ମରମୋଲାଡା ଚିଟି ଅଞ୍ଚଳରେ ଘଟିଥିବା ଅଘଟଣ ପରେ ଉଦ୍ଧାରକାର୍ଯ୍ୟ ଚାଲିଛି । ନିଖେଜଙ୍କୁ ଖୋଜିବାରେ କୁକୁରର ସାହାଯ୍ୟ ନିଆଯାଇଛି ।
ତେବେ ଦେଶର ବିପର୍ଯ୍ୟୟ ପ୍ରଶମନ ବିଭାଗ ୫ ଜଣଙ୍କ ମୃତ୍ୟୁ ସହ ୮ ଜଣ ଆହତ ହୋଇଥିବା ନେଇ ଟ୍ୱିଟ କରିଛି । ଏସୟୁଇଏମ ଡିସପାଚ ସର୍ଭିସର କହିବାନୁସାରେ, ଏବେବି ୧୮ ଜଣ ବରଫରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଉଛି । ତେବେ ଯେଉଁ ସ୍ଥାନରେ ଏହି ଅଘଟଣ ଘଟିଛି ତାହା ସମୁଦ୍ରପତନଠୁ ୧୧୦୦୦ ଫୁଟ ଉଚ୍ଚରେ ରହିଛି । ତେବେ କେଉଁ କାରଣରୁ ଗ୍ଲାସିୟର ଭାଙ୍ଗିଛି ତାହା ଜଣା ପଡି ନାହିଁ ।