କେନ୍ଦ୍ର ଦ୍ବାରା ମାର୍କେଟିଂ କାର୍ଯ୍ୟକ୍ରମରେ ହସ୍ତଶିଳ୍ପ କାରିଗରମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ଅନଲାଇନ୍ ପୋର୍ଟାଲର ଆରମ୍ଭ

ବିକାଶ କମିଶନର (ହସ୍ତଶିଳ୍ପ) ଙ୍କ କାର୍ଯ୍ୟାଳୟ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ମାର୍କେଟିଂ…

ନୂଆଦିଲ୍ଲୀ: ବିକାଶ କମିଶନର (ହସ୍ତଶିଳ୍ପ) ଙ୍କ କାର୍ଯ୍ୟାଳୟ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ମାର୍କେଟିଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆବେଦନ ଆମନ୍ତ୍ରଣ କରିବାର ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି। ଏହା ହସ୍ତଶିଳ୍ପ କାରିଗରମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ୍ ମାର୍କେଟିଂ ପ୍ଲାଟଫର୍ମ ପ୍ରଦାନ କରିବ।

କାରିଗରମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିବାରେ ସହାୟତା କରିବା ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ଅଂଶରେ ପ୍ରତି ବର୍ଷ 200 ଘରୋଇ ମାର୍କେଟିଂ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। ଏଥିରେ ବିନା କୌଣସି ମାନବୀୟ ହସ୍ତକ୍ଷେପରେ ଆବେଦନ ଠାରୁ ନେଇ ଚୟନ ପର୍ଯ୍ୟନ୍ତର ଅନଲାଇନ୍ ପ୍ରକ୍ରିୟା ଏବଂ ପରିଶେଷରେ ଷ୍ଟଲ୍ ଆବଣ୍ଟନ ସମ୍ପୂର୍ଣ୍ଣ ଭାବରେ କମ୍ପ୍ୟୁଟରକୃତ ଅଟେ। ଏହି ଅନଲାଇନ୍ ପ୍ରକ୍ରିୟା ସମସ୍ତ କାରିଗରମାନଙ୍କୁ ସମାନ, ନିରପେକ୍ଷ ଏବଂ ପାରଦର୍ଶି ସୁଯୋଗ ପ୍ରଦାନ କରିବ। କାରିଗରମାନଙ୍କୁ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ଆବେଦନ ଜମା କରିବା ବିଷୟରେ ସମସ୍ତ ସମ୍ବନ୍ଧିତ ମାନଙ୍କୁ ବ୍ୟାପ ଗାଇଡଲାଇନ୍ (ଏହା ଅଫିସିଆଲ୍ ୱେବସାଇଟରେ ମଧ୍ୟ ଉପଲବ୍ଧ ରହିଛି) ପ୍ରଦାନ କରାଯାଇଛି।

ବିକାଶ କମିଶନର  (ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳୟ ଭାରତୀୟ ହସ୍ତଶିଳ୍ପ ପୋର୍ଟାଲ୍ (http://indian.handicrafts.gov.in) ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ସମସ୍ତ ଯୋଗ୍ୟ କାରିଗର ବିପଣନ କାର୍ଯ୍ୟକ୍ରମ ପାଇଁ ଅନଲାଇନ୍ ଆବେଦନ କରିପାରିବେ। ଏହା କାରିଗର ପରିଚୟ କାର୍ଡ଼ ସଂଖ୍ୟା ସହିତ ଲଗ୍‌ ଇନ୍ କରିପାରିବେ, ଏହା ପରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପଠା ଯାଇଥିବା ଓଟିପି ସହିତ ଏହାକୁ ସତ୍ୟାପିତ କରି ପାରିବେ। ଦିଲ୍ଲୀ ହାଟ ସହିତ ସମସ୍ତ ବିପଣନ ଆୟୋଜନ ପାଇଁ ଆବେଦନ ପ୍ରାପ୍ତି, ଚୟନ ଏବଂ ଆବଣ୍ଟନର ପ୍ରକ୍ରିୟ ଏହି ପୋର୍ଟାଲ୍ ମାଧ୍ୟମରେ ହିଁ କରାଯିବ। ଏବେ ଘରୋଇ ମାର୍କେଟିଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଉପସ୍ଥିତ ହୋଇ ଆବେଦନ କରିବାର ପ୍ରକ୍ରିୟାକୁ ସମାପ୍ତ କରି ଦିଆଯାଇଛି।