ଆଜିଠୁ ବଙ୍ଗରେ ପୁଣି ମମତାଙ୍କ ରାଜ୍ : ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିଦି

କୋଲକାତା : ଆଜିଠୁ ବଙ୍ଗରେ ପୁଣି ଚାଲିଲା ମମତାଙ୍କ ରାଜ୍ । ଦିନ ୧୧ଟା ରେ ରାଜଭବନ ପରିସରରେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ଜଗଦୀପ ଧନଖର ତାଙ୍କୁ ଶପଥପାଠ କରାଇଥିଲେ। କୋଭିଡ ସ୍ଥିତିକୁ ଦେଖି ବେଶି ଲୋକଙ୍କୁ ଏଠିକୁ ଆମନ୍ତ୍ରଣ କରାଯାଇନି ।

କୋଭିଡ ପାଇଁ ଏହି ଉତ୍ସବ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିପାରିନାହାନ୍ତି । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ବିପୁଳ ସଂଖ୍ୟାରେ ଜିତି ପୁଣିଥରେ ଆସନ ଦଖଲ କରିଛି ତୃଣମୂଳ । କିନ୍ତୁ ମମତା ନନ୍ଦିଗ୍ରାମରୁ ତାଙ୍କର ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ଅଳ୍ପ ଭୋଟରେ ପରାସ୍ତ ହୋଇଥିଲେ । ଏକଦା ତାଙ୍କର ଘନିଷ୍ଠ ସହଯୋଗୀ ଥିବା ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ । ଏହା ପରେ ମମତା ତାଙ୍କ ବିରୋଧରେ ଲଢ଼ିବାକୁ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ ।

ତେବେ ଏଥର ମମତା ବାନାର୍ଜୀ ନିଜେ ନିର୍ବାଚନ ହାରିଯାଇଥିଲେ ମଧ୍ୟ । ସେମାନଙ୍କ ଦଖଲରେ ଏଥର ୨୧୩ଟି ଆସନ ରହିଛି ।ଏପଟେ ନିର୍ବାଚନ ଫଳାଫଳ ଆସିବା ପରଠାରୁ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବିଜେପି କର୍ମୀଙ୍କୁ ତୃଣମୂଳ କଂଗ୍ରେସ କର୍ମୀମାନେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ହିଂସାକାଣ୍ଡ ପାଇଁ ଉଭୟ ଦଳ ପରସ୍ପର ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରୀ ରହିଛି ।