ମନୋଜ ପାଣ୍ଡେ ସ୍ଥଳ ସେନାଧ୍ୟକ୍ଷ

ଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର…

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ନୂତନ ସ୍ଥଳ ସେନାଧ୍ୟକ୍ଷ । ଆସନ୍ତା ୩୦ରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାଧ୍ୟକ୍ଷ ପଦ ଗ୍ରହଣ କରିବେ । ମନୋଜ ପାଣ୍ଡେ ଦେଶର ପ୍ରଥମ ଇଞ୍ଜିନିୟର ଯିଏ ସେନା ପ୍ରମୁଖର ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି । ପାଣ୍ଡେ ବର୍ତ୍ତମାନ ସେନାର ଉପ ପ୍ରମୁଖ ଅଛନ୍ତି । ସୂଚନାଯୋଗ୍ୟ ଯେ, ଲେଫ୍ଟନାଣ୍ଟ ପାଣ୍ଡେ ନିଜର ୩୭ ବର୍ଷର ସେବାରେ ଅପରେସନ ବିଜୟ ଏବଂ ଅପରେସନ ପରାକ୍ରମରେ ସାମିଲ୍‌ ଥିଲେ ।