ଦ୍ରୌପଦିଙ୍କୁ ସମର୍ଥନ କଲେ ମାୟାବତୀ

ଆମେ ଏହି ଅତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଜେପି କିମ୍ବା ଏନଡ଼ିଏର ପକ୍ଷ କିମ୍ବା ବିରୋଧୀ ପାର୍ଟିର ବିରୋଧରେ ଗ୍ରହଣ କରିନାହୁଁ…

ଲକ୍ଷେ୍ନø : ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଡିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି ଆମର ପାର୍ଟି ଆଦିବାସୀ ସମାଜକୁ ନିଜର ମୁଭମେଣ୍ଟର ସ୍ୱତନ୍ତ୍ର ଅଂଶବିଶେଷ ଭାବେ ଗ୍ରହଣ କରି ଦ୍ରୌପଦି ମୁର୍ମୁଙ୍କୁ ରାଷ୍ଟ୍ରପତି ପଦଲାଗି ନିଜର ସମର୍ଥନ ଦେବାଲାଗି ନିଷ୍ପତ୍ତି ନେଇଛି । ଆମେ ଏହି ଅତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଜେପି କିମ୍ବା ଏନଡ଼ିଏର ପକ୍ଷ କିମ୍ବା ବିରୋଧୀ ପାର୍ଟିର ବିରୋଧରେ ଗ୍ରହଣ କରିନାହୁଁ । ବରଂ ନିଜ ପାର୍ଟିର ମୁଭମେଣ୍ଟକୁ ଦୃଷ୍ଟିରେ ରଖି ଜଣେ ଆଦିବାସୀ ସମାଜର ଯୋଗ୍ୟ ଏବଂ କର୍ମଠ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ଲାଗି ନିଷ୍ପତ୍ତି ନେଇଛି ।