ଜୋତା ବିକୁଛନ୍ତି ପୂର୍ବତନ ଅମ୍ପାୟାର

ମୁଁ ୨୦୧୩ ପରଠାରୁ କ୍ରିକେଟ ଛାଡ଼ିଦେଇଛି…

ଲାହୋର : ପାକିସ୍ତାନର ସର୍ବୋତ୍ତମ ଅମ୍ପାୟାରଙ୍କ ମଧ୍ୟରୁ ଆସାଦ ରାଉଫ ଜଣେ । ସେ ତାଙ୍କ ୧୩ ବର୍ଷ କ୍ୟାରିୟରରେ ୪୯ ଟେଷ୍ଟ, ୯୮ ଦିନିକିଆ ଏବଂ ୨୩ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରିଛନ୍ତି । ହେଲେ ତାଙ୍କ ଉପରେ ବିସିସିଆଇ ବ୍ୟାନ ଲଗାଇବା ପରେ ଏବେ ତାଙ୍କ ଜୀବନ ବହୁତ ବଦଳି ଯାଇଛି । ଲାହୋରର ଏକ ବଜାରରେ ସେ ଚପଲ ଦୋକାନ କରିଛନ୍ତି । ଏପରିକି ତାଙ୍କୁ ଆଉ କ୍ରିକେଟ ପ୍ରତି ଆଗ୍ରହୀ ନୁହନ୍ତି । ନିଜର ଅବସ୍ଥା ନେଇ ରାଉଫ ଏକ ଚ୍ୟାନେଲକୁ କହିଛନ୍ତି, ମୁଁ ସାରା ଜୀବନ ନିଜକୁ ଖେଳାଇଛି ତ ଏବେ କାହାକୁ ଦେଖିବି । ମୁଁ ୨୦୧୩ ପରଠାରୁ କ୍ରିକେଟ ଛାଡ଼ିଦେଇଛି । କାମ କରିବାକୁ ପଡ଼ିବ । ଯେତେବେଳ ଯାଏ ଜୀବନ ଅଛି ସେତେବେଳେ କାମ କରିବାକୁ ହେବ । ଏବେ ୬୬ ବର୍ଷ ହେଲାଣି । ଏବେ ବି ମୁଁ ରୋଜଗାର କରୁଛି । କାମ ଛାଡ଼ିଦେଲେ ଘରେ ବସିଯିବ ବୋଲି ସେ କହିଛନ୍ତି