ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅମଳରେ ଭାରତ ସର୍ବାଧିକ ଦେଶ ସହିତ କୂଟନୈତିକ ସଂପର୍କରେ ଆବଦ୍ଧ ହୋଇଛି ବୋଲି ସିଡ୍ନୀସ୍ଥିତ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ ଉଲ୍ଲେଖ କରିଛି ।
ବିଗତ ବର୍ଷକ ଭିତରେ ଆଫ୍ରିକାର ପୂର୍ବଭାଗ, ଏସିଆ, ୟୁରୋପ ସମେତ ଭାରତ ମହାସାଗର ଅନ୍ତର୍ଭୁକ୍ତ ଦେଶଗୁଡ଼ିକ ସହିତ ଭାରତ ଉଭୟ କୂଟନୈତିକ ଓ ବ୍ୟବସାୟିକ ରାଜିନାମା କରିସାରିଛି । ମାତ୍ର ତିନିମାସ ଭିତରେ ଆଫ୍ରିକାର ପ୍ରାୟ ୮ଟି ଦେଶରେ ଭାରତର ରାଷ୍ଟ୍ରଦୂତ ଅବସ୍ଥାପିତ ହୋଇପାରିଛନ୍ତି ।
ଭାରତର କୋହଳ ବାଣିଜ୍ୟ ନୀତି ଅଧିକାଂଶ ଦେଶକୁ ସୁହାଇଛି । ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ମ୍ୟାଁମାର, ନେପାଲ, ପାକିସ୍ତାନ ଓ ଶ୍ରୀଲଙ୍କା ସହିତ ପ୍ରତ୍ୟକ୍ଷ ଓ ଡିଜିଟାଲ, ଅନ୍ ଲାଇନ୍ ଓ ଅଫ୍ ଲାଇନରେ ବାଣିଜ୍ୟ କାରବାର କରିବା ପାଇଁ ମୋଦି ସରକାର ବହୁମୁଖୀ ବାଟ ଫିଟାଉଛନ୍ତି । ଭାରତ ଓ ପ୍ରଶାନ୍ତ ମହାସାଗର ଅନ୍ତର୍ଗତ ଦେଶଗୁଡ଼ିକ ସହିତ ଉଭୟ ବାଣିଜ୍ୟ ଓ ସାଂସ୍କୃତିକ ସୂତ୍ରରେ ଆବଦ୍ଧ ହୋଇ ଚାଇନାର ଏକଛତ୍ରବାଦୀ ଶାସନକୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତ ନିଜକୁ ପ୍ରସ୍ତୁତ କରିସାରିଛି ।
ଆଗାମୀ ଦଶନ୍ଧି ଭିତରେ ଭାରତ ଉଭୟ ଆର୍ଥିକ ଓ କୂଟନୈତିକ ସ୍ତରରେ ଅଦ୍ୱିତୀୟ ଶକ୍ତି ଭାବେ ପ୍ରତିଷ୍ଠିତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।