ମୋଦୀ ସରକାର ଲଦିବେ ୧୫ ଲକ୍ଷ କୋଟି, ଆପଣମାନେ ଖୁସି ତ!

ବଜେଟଟି ଟିକିଏ ଖାପଛଡ଼ା ଲାଗୁଛି ମାତ୍ର ମୋଦୀଙ୍କର ଟେବୁଲପିଟା ଦୃଶ୍ୟକୁ ଦେଖିଲେ ଆପଣମାନେ ଖୁସି ହୋଇଯିବେ….

ନୂଆଦିଲ୍ଲୀ: ୨୦୨୩ ବଜେଟର ବ୍ୟୟ ବରାଦକୁ ଦୃଷ୍ଟିରେ ରଖି ମୋଦୀ ସରକାର ଲୋକଙ୍କ ଉପରେ ୧୫ କୋଟି ଲକ୍ଷ ଟଙ୍କାର ଋଣ ଲଦିବାକୁ ଯାଉଛନ୍ତି । ବଜେଟ ଅଭିଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ କହିଥିବା ବେଳେ ୧୩୫ କୋଟି ଜନତାଙ୍କୁ ବନ୍ଧା ପକାଇ ୧୫ ଲକ୍ଷ କୋଟି ଟଙ୍କା କରଜ କରୁଥିବା ବିଷୟ ଜଣାଇ ମୋଦୀଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି । ସୀତାରମଣଙ୍କ ମତରେ ମୋଦୀଙ୍କ ସ୍ଥାନରେ ଆଉ କେହି ପ୍ରଧାନମନ୍ତ୍ରୀ ପଦରେ ଥିଲେ, ଲୋକଙ୍କ ମୁଣ୍ଡରେ କରଜ ଭାର ପ୍ରାୟ ୨୦ ଲକ୍ଷ କୋଟି ହୋଇଥାନ୍ତା ।

ଲୋକସଭା ନିର୍ବାଚନ ପରେ ସରକାର ଭୋଟରଙ୍କ ମୁଣ୍ଡରେ ୨୫ ଲକ୍ଷ କୋଟି ଟଙ୍କାର ଋଣବୋଝ ଲଦିବା ଲକ୍ଷ୍ୟ ରଖିଛନ୍ତି । ସୂଚନା ମୁତାବକ ଜାନୁଆରୀ ୨୭ ସୁଦ୍ଧା ମୋଦୀ ସରକାର ପ୍ରାୟ ୧୩ ଲକ୍ଷ କୋଟି ଟଙ୍କା କରଜ କରିଛନ୍ତି । ଗରିବଙ୍କ କଲ୍ୟାଣ ଆଳରେ ମୋଦୀ ସରକାର ଲଗାତର ଋଣ କରୁଛନ୍ତି; କିନ୍ତୁ ତା’ର ସିଂହଭାଗ ସରକାରୀ କର୍ମଚାରୀଙ୍କୁ ଦରମା ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଭତା ପ୍ରଦାନ ବାଟରେ ଉଡ଼ାଇ ଦେଉଛନ୍ତି ।

୨୦୨୩ ବଜେଟରେ ସରକାର ଆୟ କରିବେ ୨୭.୨ ଲକ୍ଷ କୋଟି । ଖର୍ଚ୍ଚ କରିବେ ୪୫ ଲକ୍ଷ କୋଟି, ଲୋକଙ୍କ ମୁଣ୍ଡକୁ ବନ୍ଧା ପକେଇ କରଜ କରିବେ ୧୫ ଲକ୍ଷ କୋଟି । ବଜେଟଟି ଟିକିଏ ଖାପଛଡ଼ା ଲାଗୁଛି ମାତ୍ର ମୋଦୀଙ୍କର ଟେବୁଲପିଟା ଦୃଶ୍ୟକୁ ଦେଖିଲେ ଆପଣମାନେ ଖୁସି ହୋଇଯିବେ ।