ଚେନ୍ନାଇରେ ୩୧ ହଜାର କୋଟି ଟଙ୍କାର ଶିଳାନ୍ୟାସ କଲେ ମୋଦୀ

ମୋଦୀଙ୍କ ସ୍ୱାଗତ ପାଇଁ ଡିଏମକେ ନେତା ଦୁରଇମୁରୁଗନ ଓ ଡା. କେ ପୋନମୁଡୀ ଉପସ୍ଥିତ ଥିଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇ ପହଞ୍ଚି ଜବାହାରଲାଲ ନେହେରୁ ଷ୍ଟାଡିୟମର ବିକାଶ କାର୍ଯ୍ୟ ଓ ଉଦଘାଟନର ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ମୋଦୀ ୩୧ହଜାର ୪୦୦ କୋଟି ଟଙ୍କା ବ୍ୟୟରେ ୧୧ଟି ପରିଯୋଜନାର ଶିଳାନ୍ୟାସ କରିଥିବା ଜଣାପଡିଛି । ଏହି ପରିଯୋଜନାରେ ରେଲୱେ, ପେଟ୍ରୋଲିୟମ, ଆବାସ ଓ ସଡକ ଭଳି ପ୍ରମୁଖ କ୍ଷେତ୍ର ସାମିଲ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ତାମିଲନାଡୁ ରାଜ୍ୟପାଳ ଆର ଏନ ରବି ଚେନ୍ନାଇରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ମୋଦୀଙ୍କ ସ୍ୱାଗତ ପାଇଁ ଡିଏମକେ ନେତା ଦୁରଇମୁରୁଗନ ଓ ଡା. କେ ପୋନମୁଡୀ ଉପସ୍ଥିତ ଥିଲେ । ଚେନ୍ନାଇ ପହଞ୍ଚିବା ପରେ ମୋଦୀ ବିରାଟ ରୋଡ ଶୋ’ କରିଥିଲେ ।