ଆସନ୍ତା ଜୁନ୍ ୨୨ରେ ଜୁନ୍ ୨୨ରେ ବାଇଡେନଙ୍କୁ ଭେଟିବେ ମୋଦୀ

ୱାଶିଂଟନ : ଆସନ୍ତା ଜୁନ୍ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହେବ। ବୁଧବାର ହ୍ବାଇଟ ହାଉସ୍ ପ୍ରେସ ସଚିବ କାରିଏନ୍ ଜିନ୍ ଦୁଇ ନେତାଙ୍କ ସାକ୍ଷାତ ଆଲୋଚନାର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଜୁନ୍ ୨୨ରେ ମୋଦୀ ଆମେରିକା ଗସ୍ତ କରିବେ। ସେହିଦିନ ସେ ବାଇଡେନଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ରାତିରେ ମୋଦୀଙ୍କ ଉଦ୍ଦେଶ୍ୟରେ ବାଇଡେନ ଏକ ରାତ୍ରି ଭୋଜନ ଆୟୋଜନ କରିବେ। ଆମେରିକ-ଭାରତ ଦ୍ବିପାକ୍ଷିକ ସମ୍ପର୍କକୁ ନିବିଡ କରିବା ଏହି ଗସ୍ତର ମୁଖ୍ୟ ପ୍ରସଙ୍ଗ ରହିବ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ନିଶ୍ଚିତ କରିବା ସହିତ ଏଠାରେ ମୁକ୍ତ ଓ ଅବାଧ ବିଚରଣକୁ ଦୁଇ ଦେଶ ଗୁରୁତ୍ବ ଦେଉଛନ୍ତି। ଏହା ପ୍ରତିରକ୍ଷା, ସବୁଜ ଇନ୍ଧନ ଓ ମହାକାଶ କ୍ଷେତ୍ରରେ ମଧ୍ୟ ଦୁଇଦେଶ ମଧ୍ୟରେ ସହଯୋଗ ରହିଛି।