ନକ୍ସଲଙ୍କ ଗୁଳିରେ ପୂର୍ବତନ ସରପଞ୍ଚ ମୃତ

ଫୁଲବାଣୀ: ନକ୍ସଲଙ୍କ ବର୍ବରକାଣ୍ଡ। ପୂର୍ବତନ ସରପଞ୍ଚଙ୍କୁ ଗୁଳି କରିହତ୍ୟା କଲେ ନକ୍ସଲ। ଏଭଳି ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଉଲିପଡ଼ା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁବଳ କହଁର। ଗତକାଲି ରାତିରେ ସୁବଳ କହଁର ଘରେ ଶୋଇଥିବା ବେଳେ ୩ଜଣ ସଶସ୍ତ୍ର ନକ୍ସଲ ତାଙ୍କୁ ଘରୁ ଡାକି ନେଇଥିଲେ। ପରେ ଘରଠୁ ପ୍ରାୟ୨ ଶହ ମିଟର ଦୂରକୁ ଡାକି ନେଇ ୫ ରାଉଣ୍ଡ ଗୁଳି କରି ହତ୍ୟା କରିଥିଲେ। ପୁଲିସ ଇନଫର୍ମର ସନ୍ଦେହରେ ସୁବଳଙ୍କୁ  ନକ୍ସଲ ହତ୍ୟା କରିଥିବା ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି।