ଧରାପଡୁଛି ମୋଦୀଙ୍କର ଶହେକୁ ଶହେ ମିଛ ଗ୍ୟାରେଂଟି

ନୂଆଦିଲ୍ଲୀ: ପିଏମ୍‌ ସ୍ୱନିଧି ଯୋଜନା ମାଧ୍ୟମରେ ଉଠାଦୋକାନୀଙ୍କ ପାଇଁ ବନ୍ଧକମୁକ୍ତ ଋଣ ବ୍ୟବସ୍ଥା କରାଯାଇଛି ବୋଲି ସରକାରୀ ବିଜ୍ଞାପନ ପ୍ରକାଶ ପାଉଛି । ତାକୁ ଦେଖି ଓଡ଼ିଶାର ବହୁ ଉଠାଦୋକାନୀ ବ୍ୟାଙ୍କକୁ ଯାଇ ନିରାଶ ହେଉଥିବାର ଖବର ହସ୍ତଗତ ହୋଇଛି ।

ଉଠାଦୋକାନୀଙ୍କୁ ବ୍ୟାଙ୍କ ପରିଚାଳକ ସଫା ସଫା ସେପରି କୌଣସି ନିର୍ଦ୍ଦେଶ ସେମାନଙ୍କ ବ୍ୟାଙ୍କକୁ ଦିଆଯାଇନି ବୋଲି କହି ଦେଉଛନ୍ତି । ତା’ମାନେ କ’ଣ ବୁଝିବାକୁ ହେବ ଯେ ମୋଦୀଙ୍କ ବିକଶିତ ଭାରତ ଗ୍ୟାରେଂଟିକୁ ବ୍ୟାଙ୍କ ପରିଚାଳକମାନେ ଲକରରେ ରଖି ଦେଇଛନ୍ତି ।

କେବଳ ନିର୍ବାଚନ ବୈତରଣୀକୁ ପାରି ହେବା ପାଇଁ ଓ ପ୍ରଧାନମନ୍ତ୍ରୀ ଆସନକୁ ମାଡ଼ି ବସିବା ପାଇଁ ବିଜେପି ରିଙ୍ଗ ମାଷ୍ଟର ଡାହା ମିଛ କହୁଛନ୍ତି ।