‘ନନ୍ଦିଗ୍ରାମ ନିର୍ବାଚନ ଆବେଦନ’କୁ କାଲ୍‌କାଟା ହାଇକୋର୍ଟ ଜୁନ୍‌ ୨୪ ତାରିଖ ପାଇଁ ତାଲିକାଭୁକ୍ତ କରିଛନ୍ତି

କୋଲ୍‌କାତା: କ୍ରମାଗତ ତୃତୀୟ ଥର ପାଇଁ ‘ତୃଣମୂଳ କଂଗ୍ରେସ’ କ୍ଷମତାକୁ ଆସିଥିଲେ ସୁଦ୍ଧା ପ୍ରତିଦ୍ବନ୍ଦ୍ବୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ବାନାର୍ଜୀ ମାତ୍ର ୧,୯୫୬ ଖଣ୍ଡ ‌ଭୋଟ୍‌ରେ ପରାସ୍ତ ହୋଇଥିଲେ। ନନ୍ଦିଗ୍ରାମ ବିଧାନସଭା ନିର୍ବାଚନରେ ନିର୍ବାଚନ କମିଶନର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜୟୀ ଘୋଷଣା କରିଛନ୍ତି। ତିନି ଦଶନ୍ଧି ମଧ୍ୟରେ ଏହା ହେଉଛି ମମତା ବାନାର୍ଜୀଙ୍କର ପ୍ରଥମ ନିର୍ବାଚନୀୟ ପରାଜୟ।

ଏହାପରେ କୋଲକାତା ହାଇକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ। ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ‘ବିଜେପି’ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚାଲେଞ୍ଜ୍‌ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫାଇଲ୍‌ କରିଥିବା ପିଟିସନ୍‌ର ଶୁଣାଣିକୁ ଆଜି କାଲ୍‌କାଟା ହାଇକୋର୍ଟ ଜୁନ୍‌ ୨୪ ତାରିଖ ପାଇଁ ତାଲିକାଭୁକ୍ତ କରିଛନ୍ତି।