ବିଜେପି ଜିତିବାର କାରଣ ନରେନ୍ଦ୍ର ମୋଦି’

‘ନୂଆଦିଲ୍ଲୀ: ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପିର ଜିତାପଟ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକମାତ୍ର ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ ଦେଇଛନ୍ତି ।  ଶାହ କହିଛନ୍ତି, ବିଜେପି ଜିତିବାର ଏକମାତ୍ର କାରଣ ନରେନ୍ଦ୍ର ମୋଦି, ନରେନ୍ଦ୍ର ମୋଦି, ନରେନ୍ଦ୍ର ମୋଦି । ନରେନ୍ଦ୍ର ମୋଦିଙ୍କ ଭଳି ଦୂରଦୃଷ୍ଟି ସଂପନ୍ନ, ବିଚକ୍ଷଣ ବ୍ୟକ୍ତିତ୍ୱ ଆମ ପାଇଁ ମୂଲ୍ୟବାନ ।

ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ଛତିଶଗଡ଼ରେ କଂଗ୍ରେସ କାହିଁକି ହାରିଲା, ତାହା କେବେ ଜାଣିପାରିବନି । ମୋଦି ୧୦ ବର୍ଷ ଭିତରେ ୧୩ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ନେଇପାରିଛନ୍ତି । ୬୦ କୋଟି ଲୋକଙ୍କୁ ମୋଦି ସବୁପ୍ରକାର ମୌଳିକ ସେବା ଯୋଗାଇ ଦେଇଛନ୍ତି । ଘର ଦେଇଛନ୍ତି, ଶୌଚାଳୟ ଦେଇଛନ୍ତି, ଗ୍ୟାସ ସିଲିଣ୍ଡର ଦେଇଛନ୍ତି, ମାଗଣା ଖାଦ୍ୟଶସ୍ୟ, ବିଜୁଳି, ବ୍ୟାଙ୍କ ଆକାଉଂଟ, ଅନ୍‌ ଲାଇନ୍‌ ଟଙ୍କା ଦେଣନେଣ ଯୋଗାଇଛନ୍ତି ।