ଗଳାବାଟ ଦେଇ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ପାଣ୍ଡିୟାନ

ଭୁବନେଶ୍ୱର: ଦେବ ଦେବ ମହାଦେବଙ୍କ ବାହନ ହୋଇ ନନ୍ଦି ଯୋଉ ଅସାଧ୍ୟ ସାଧନ କରି ପାରୁଛନ୍ତି; ତାହା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ପ୍ରାୟ । ମହାଦେବଙ୍କ ବାହନ ହେବା ମଧ୍ୟ ସୌଭାଗ୍ୟର ବିଷୟ । ଏମିତି କୋଉ କାମ ପାଣ୍ଡିୟାନଙ୍କ ପକ୍ଷେ କଷ୍ଟକର ଯେ ତାଙ୍କୁ ବିଧାୟକ କି ସାଂସଦ ହେବାକୁ ପଡ଼ିବ । ବିଧାୟକ ଅବା ସାଂସଦ ହେଲେ ଦେହହାତରେ କାଦୁଅ ଲାଗିବା ସ୍ୱାଭାବିକ । ମାତ୍ର ମହାଦେବଙ୍କ ନାମକୁ ପାଟିରେ ଧରି ଯେତେ ପାପ କଲେ ମଧ୍ୟ ତାକୁ କ୍ରାଇମ୍‌ ବ୍ରାଂଚ୍‌ ଘୋଡ଼ାଇ ଦେବ ।

ଆଗାମୀ ନିର୍ବାଚନରେ ନିର୍ବାଚନ ଲଢ଼ିବେନି ପାଣ୍ଡିୟାନ ବୋଲି ବିଜେଡି ନେତା ଦେବୀ ମିଶ୍ରଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଅତୀତରେ ଦେବୀ ମିଶ୍ରଙ୍କ ମୁହଁରୁ ମୁଖ୍ୟମନ୍ତ୍ରୀ ପାଣ୍ଡିୟାନ ଶୁଣିବାକୁ ମିଳିଥିଲା ।

ତେଣୁ ପଛ କବାଟ ଦେଇ ମୁଖ୍ୟମନ୍ତ୍ରୀ ହେବାର ଉଦ୍ଦେଶ୍ୟଟା ମନରେ ରଖିଥିଲେ; ସେଥିପାଇଁ ଅନୁଗତ ବ୍ୟକ୍ତିଙ୍କୁ ଟିକେଟ୍‌ ଦେଇ ନିର୍ବାଚନରେ ଠିଆ କରିବା ଜରୁରୀ । ନିର୍ବାଚନରେ ଲଢ଼ିବା ଆଦୌ ଜରୁରୀ ନୁହେଁ ।

ବଂଚି ଥାଉ ଥାଉ ପାଣ୍ଡିୟାନଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପ୍ରତିଶ୍ରୁତି ପୋପଙ୍କୁ ଦେଇଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ! ରୀତା ସାହୁଙ୍କ ପାଇଁ ବିଜେପୁରରୁ ଲଢ଼ିଥିବା ନବୀନ ବାବୁ ପାଣ୍ଡିୟାନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅଭିଷେକ କରିବାରେ ଅସୁବିଧା କ’ଣ?