ରାଜଧାନୀରେ ବଳିଲାଣି ବୁଲା କୁକୁରଙ୍କ ଦାଉ

ଭୁବନେଶ୍ୱର: ଯୁଆଡେ଼ ଦେଖିବ ପଲପଲ କୁକୁର । ମାସକ ଭିତରେ ରାଜଧାନୀର ମୁଖ୍ୟ ଡାକ୍ତରଖାନାକୁ ପ୍ରାୟ ୭୦ ଜଣ କୁକୁର କାମୁଡ଼ା ରୋଗୀ ଯାଇଛନ୍ତି । ଏହି ସୂଚନା ପ୍ରଦାନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡକ୍ଟର ଲକ୍ଷ୍ମୀଧର ସାହୁ । ଦିନକୁ ଦିନ କୁକୁର କାମୁଡ଼ା ମାମଲା ବୃଦ୍ଧି ପାଉଥିବାରୁ ଡାକ୍ତରଖାନାରେ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଯାଇଛି ।

ବିଗତ ୩ ମାସ ଭିତରେ ପ୍ରାୟ ୩୦୦ ଜଣ କୁକୁର କାମୁଡ଼ାର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସାରିଲେଣି । ହସ୍ପିଟାଲ ପରିସରରେ କୁକୁରଙ୍କ  ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇଛି । ଡାକ୍ତରଖାନା ପରିସରକୁ କୁକୁର କବଳରୁ ମୁକ୍ତ କରିବା ଅସମ୍ଭବ ହୋଇପଡ଼ିଛି ।

ଡାକ୍ତରଖାନା ପରିସରରୁ କୁକୁରଙ୍କୁ ଘଉଡ଼ାଇବା ପାଇଁ ବିଏମସିର ସହଯୋଗ ଲୋଡ଼ାଯାଇଛି ବୋଲି କହିଛନ୍ତି ଡକ୍ଟର ସାହୁ ।