ନୂଆଦିଲ୍ଲୀ: FASTAG ଆନୁଆଲ ପାସ୍କୁ ନେଇ ବଡ଼ ଫ୍ରଡ୍ ହେଉଛି। ମାମଲାର ଗୁରୁତ୍ୱକୁ ନେଇ ନ୍ୟାସନାଲ ହାଇୱେ ଅଥୋରିଟି ଅଫ୍ ଇଣ୍ଡିଆ (ଘଐଇଓ) ପବ୍ଲିକ୍ ଆଡଭାଇଜରୀ ଜାରି କରିଛି। ଫାଷ୍ଟାଗ୍ ଆନୁଆଲ ପାସ୍ ସହ ଜଡ଼ିତ ଏହି ସ୍କାମ୍ ଫେକ୍ ୱେବସାଇଟ୍ ମାଧ୍ୟମରେ କରାଯାଉଛି। ଏଥିରେ ସ୍କାମରମାନେ ୟୁଜର୍ସଙ୍କୁ ଅଫିସିଆଲ ପ୍ଲାଟଫର୍ମ ଭଳି ଦେଖାଯାଉ ଥିବା ଫେକ୍ ପୋର୍ଟାଲ୍ସରେ ପେମେଂଟ୍ କରିବା ପାଇଁ କୁହନ୍ତି। ଚିନ୍ତାର କଥା ଏହା ଯେ, ଏହି ଫେକ୍ ୱେବସାଇଟ୍ସ ପେଡ୍ ଆଡଭାଟାଇଜମେଂଟ୍ ଓ ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେସନର ଟ୍ରିକ୍ସ ଦ୍ୱାରା ଗୁଗଲ ଭଳି ସର୍ଚ୍ଚ ଇଞ୍ଜନର ରେଜଲ୍ଟରେ ଟପ୍ରେ ଆସିଥାଏ। ଅଥୋରିଟି ୟୁଜରଙ୍କୁ ଫାଇନାନ୍ସିଆଲ କ୍ଷତିରୁ ରକ୍ଷା ପାଇବା ପାଇଁ ୠଇଝଞବଶ ସହ ଜଡ଼ିତ ସର୍ଭିସେସ୍ ପାଇଁ କେବଳ ଭେରିଫାଇଡ ଚାନେଲ୍ସରେ ହିଁ ଭରସା କରିବାକୁ ପରାମର୍ଶ ଦେଇଛନ୍ତି। ଏହି ସବୁ ୱେବସାଇଟ୍କୁ ଯିବାକୁ ହେଲେ ୟୁଜରଙ୍କୁ ମୋବାଇଲ ନମ୍ୱର , ଗାଡ଼ି ରେଜିଷ୍ଟ୍ରେସନ୍ ଇନଫର୍ମେସନ ଓ ପେମେଂଟ୍ କ୍ରିଡେନ୍ସିଆଲ୍ସ ଭଳି ସେନ୍ସିଟିଭ୍ ଇନଫର୍ମେସନକୁ ଏଂଟର କରିବା ପାଇଁ କୁହାଯାଏ। ହେଲେ, ଇଂଟରଫେସ୍ ଦେଖିବାରେ ଅସଲି ଲାଗେ, କିନ୍ତୁ ପେମେଂଟ୍ ସ୍କାମରଙ୍କ ଆକାଉଂଟ୍କୁ ଚାଲି ଯାଏ। ଅନେକ ମାମଲାରେ ୟୁଜରଙ୍କୁ କିମ୍ୱା କୌଣସି କନଫର୍ମେସନ ମିଳି ନଥାଏ କିମ୍ୱା ତାଙ୍କୁ ନକଲି ରସିଦ୍ ଦିଆଯାଏ କିମ୍ୱା ତାଙ୍କ ପାଖରେ କୌଣସି ଭାଲିଡ୍ ୠଇଝଞବଶ ରହେ ନାହିଁ। ଏହା ପୂର୍ବରୁ ଏହି ଚେତାବନୀ ଗୃହ ମନ୍ତ୍ରଣାଳୟର ଓଦ୍ଭୟସବ ଉଚ୍ଚଭରକ୍ସ ଉକ୍ଟକ୍ଟକ୍ସୟସଦ୍ଭବଗ୍ଧସକ୍ଟଦ୍ଭ ଉରଦ୍ଭଗ୍ଧରକ୍ସ ଜାରି କରିଥିଲା।
ଅଧିକାରୀମାନେ କହିଛନ୍ତି ଯେ,କେମିତି ସ୍କାମର ନ୍ୟାସନାଲ ହାଇୱେ ୟୁଜର୍ସଙ୍କୁ ଟାର୍ଗେଟ୍ କରିବା ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଦ୍ରୁତଗତିରେ ଭୁଲ୍ ଭାବେ ବ୍ୟବହାର କରୁଛନ୍ତି। ପରାମର୍ଶରେ ଏହି କଥା ଉପରେ ଜୋର ଦିଆଯାଇଛି ଯେ, ଏହି ସ୍କାମ ଅଧିକ ସୋଫିଷ୍ଟିକେଟେଡ୍ ହେବାରେ ଲାଗିଛି , ଯେଉଁଥିରେ ୟୁଜର୍ସଙ୍କ ପାଇଁ ପ୍ରଥମ ନଜରରେ ଅସଲି ଓ ନକଲି ୱେବସାଇଟ୍ ମଧ୍ୟରେ ପ୍ରଭେଦ ଦେଖିବା ମୁସ୍କିଲ ହୋଇ ଯାଇଛି।