ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିନିକିଆ ବିହାର ଗସ୍ତ କରିଛନ୍ତି । ଏହି ଅବସରରେ ଶାହ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି । ସୂଚନାଯୋଗ୍ୟ ଶାହ ଭୋଜପୁର ଜିଲ୍ଲାର ଜଗଦୀଶପୁରର ବୀର କୁମ୍ଭର ସିଂହଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପରେ ସାସାରାମରେ ଗୋପାଳ ନାରାୟଣ ସିଂହ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ସାମିଲ ହେବେ । ଏଥିସହିତ ସାସାରାମ ମେଡିକାଲ ଓ ମ୍ୟାନେଜମେଣ୍ଟ ଛାତ୍ର ଓ ଅନ୍ୟ ପାଠ୍ୟକ୍ରମର ୭୦୦ରୁ ଉଦ୍ଧ୍ୱର୍ ଛାତ୍ରଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରିବେ ।