ଜନ୍ମବାର୍ଷିକୀରେ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ମହାନ ରାଷ୍ଟ୍ରବାଦୀ ଚିନ୍ତକ, ଶିକ୍ଷାବିତ୍ ଏବଂ ଭାରତୀୟ ଜନସଂଘ ସଂସ୍ଥାପକ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ । ଏକ ସଶକ୍ତ ଭାରତବର୍ଷର ନିର୍ମାଣ ପାଇଁ ସେ ନିଜ ଜୀବନ ସମର୍ପିତ କରିଦେଇଥିଲେ । ତାଙ୍କ ଆଦର୍ଶ ଏବଂ ସିଦ୍ଧାନ୍ତ ଦେଶର ସବୁ ପିଢ଼ିକୁ ପ୍ରେରିତ କରିବ ।’