ନବଜ୍ୟୋତ ସିଂ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ

ଚଣ୍ଡିଗଡ଼ : ପଞ୍ଜାବ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କ ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ । ପାକିସ୍ତାନକୁ ନେଇ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି ସିନ୍ଧୁ । କର୍ତ୍ତାରପୁର ଗସ୍ତ ସମୟରେ ସେ କହିଛନ୍ତି ଯେ ପଞ୍ଜାବର ବିକାଶ କରିବାକୁ ହେଲେ ସୀମାପାର ବାଣିଜ୍ୟ କାରବାର ପାଇଁ ପାକିସ୍ତାନ ସୀମାରେ ଥିବା ଗେଟକୁ ଖୋଲିଦେବା ଉଚିତ । ପଞ୍ଜାବର ଲୋକ ମାତ୍ର ୨୧ କିମି ଦୂର ପାକିସ୍ତାନକୁ ନଯାଇ ୨୧୦୦ କିମି ଦୂର ମୁଦ୍ରା ବନ୍ଦର କାହିଁକି ଯିବେ ବୋଲି ସେ କହିଛନ୍ତି ।

ପୂର୍ବରୁ ସିଦ୍ଧୁ ଆଉ ଏକ ବିବାଦୀୟ ବୟାନ ଦେଇ କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କର ବଡ଼ ଭାଇ ପରି । ସୂଚନାଯୋଗ୍ୟ ଯେ ପାକିସ୍ତାନର କର୍ତ୍ତାରପୁରରେ ଥିବା ଗୁରୁଦ୍ୱାରା ଦରବାର ସାହିବ ଶିଖମାନଙ୍କ ପାଇଁ ଏକ ପବିତ୍ର କ୍ଷେତ୍ର ।