ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ସମେତ କ୍ରିଉ-୯ ମହାକାଶଚାରୀମାନଙ୍କୁ ସୁରକ୍ଷିତ ଭାବରେ ପୃଥିବୀକୁ ଫେରି ଆସିବାରୁ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କ୍ରିଉ-୯ ମହାକାଶଚାରୀଙ୍କ ସାହସ, ଦୃଢ଼ ନିଷ୍ପତ୍ତି ଏବଂ ମହାକାଶ ଅନୁସନ୍ଧାନରେ ଅବଦାନକୁ ପ୍ରଶଂସା କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ ମହାକାଶ ଅନୁସନ୍ଧାନ ହେଉଛି ମାନବ ସମ୍ଭାବନାର ସୀମାକୁ ଆଗକୁ ବଢାଇବା, ସ୍ୱପ୍ନ ଦେଖିବାର ସାହସ କରିବା ଏବଂ ସେହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାର ସାହସ ରଖିବା । ସୁନିତା ୱିଲିୟମ୍ସ, ଜଣେ ପ୍ରଦର୍ଶକ ଏବଂ ଜଣେ ପ୍ରତୀକ, ତାଙ୍କ କ୍ୟାରିଅର ସାରା ଜୀବନ ଏହି ମନୋଭାବକୁ ଉଦାହରଣ ଦେଇଛନ୍ତି ।