କାଙ୍ଗାଳ ପାକିସ୍ତାନ ପ୍ଲାଷ୍ଟିକ୍ ଥଳିରେ ବିକୁଛି ରନ୍ଧନ ଗ୍ୟାସ୍
ଭାରତର ପଡେ଼ାଶୀ ଦେଶ ପାକିସ୍ତାନର ଆର୍ଥିକ ସ୍ଥିତି ବଡ଼ ଦୟନୀୟ…
ନୂଆଦିଲ୍ଲୀ: ମରଣ କାଳେ ବିପରୀତ ବୁଦ୍ଧି । ଆର୍ôଥକ ସଂକଟର ସମ୍ମୁଖୀନ ହୋଇ ପାକିସ୍ତାନ ପ୍ଲାଷ୍ଟିକ୍ ଥଳିରେ ରନ୍ଧନ ଗ୍ୟାସ୍ ପୁରାଇ ଉପଭୋକ୍ତାଙ୍କୁ ବିତରଣ କରୁଛି । ସିଲିଣ୍ଡର କିଣିବା ପାଇଁ ପାକ୍ ସରକାର ପାଖରେ ଟଙ୍କା ନାହିଁ । ଲୋକମାନେ ରନ୍ଧନ ଗ୍ୟାସ୍ ଭରପୁର ପ୍ଲାଷ୍ଟିକ୍ ଥଳିକୁ ଜୀବନ୍ତ ବୋମା କହିବା ଆରମ୍ଭ କରିଛନ୍ତି । ଭାରତର ପଡେ଼ାଶୀ ଦେଶ ପାକିସ୍ତାନର ଆର୍ଥିକ ସ୍ଥିତି ବଡ଼ ଦୟନୀୟ । ସରକାରୀ ଅଧିକାରୀଙ୍କ ମତରେ ପ୍ଲାଷ୍ଟିକ୍ ଥଳି ବିନା ବିକଳ୍ପ ନାହିଁ ।
ଦରଦାମ ବୃଦ୍ଧି କାରଣରୁ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି । କଳକାରଖାନା, ଘରୋଇ ଉପଭୋକ୍ତାଙ୍କୁ କମ୍ ପରିମାଣର ଗ୍ୟାସ୍ ଯୋଗାଇ ଦିଆଯାଉଛି । ପାକିସ୍ତାନର ଅଧିକାଂଶ ଉପଭୋକ୍ତାଙ୍କ ଘରକୁ ପାଇପ୍ ଜରିଆରେ ଗ୍ୟାସ୍ ଯୋଗାଇ ଦିଆଯାଉଥିଲା ।
ମାତ୍ର ଗ୍ୟାସ୍ ପାଇପ୍ ଫାଟିଯିବାରୁ ସେମାନଙ୍କ ଘରକୁ ଗ୍ୟାସ୍ ଯୋଗାଣ ବନ୍ଦ ହୋଇଯାଇଛି । ଅନ୍ୟ ପକ୍ଷରେ ଦରଦାମ ବୃଦ୍ଧି କାରଣରୁ ଅଧିକାଂଶ ଲୋକ ରନ୍ଧନ ଗ୍ୟାସ୍ କିଣିବାର କ୍ଷମତା ହରାଇଛନ୍ତି । ପାକିସ୍ତାନର ପଶ୍ଚିମାଂଚଳରେ ଅଧିକାଂଶ ଘରକୁ ଗ୍ୟାସ୍ ପାଇପ୍ ସଂଯୋଗ କରାଯାଇନି । ଅର୍ଥାଭାବ କାରଣରୁ ପାକିସ୍ତାନରେ ନାହିଁ ନଥିବା ଅସୁବିଧା ଉପୁଜିଛି ।