ସିମଲାରେ ସାନିଟାରୀ ନ୍ୟାପକିନ ପ୍ଲାଣ୍ଟ ଉପକ୍ରମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସିମଲାରେ ସାନିଟାରୀ ନ୍ୟାପକିନ ପ୍ଲାଣ୍ଟ ମହିଳା ସଶକ୍ତିକରଣ ସହ ସ୍ୱାସ୍ଥ୍ୟ ଓ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ । ସାଂସଦ ଶ୍ରୀ ସୁରେଶ କଶ୍ୟପଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସିମଲାରେ ଏହି ସାନିଟାରୀ ନ୍ୟାପକିନ ପ୍ଲାଣ୍ଟ ମହିଳା ସଶକ୍ତିକରଣ ଦିଗରେ ଏକ ପ୍ରଶଂସନୀୟ ଉପକ୍ରମ । ଏହା ସେମାନଙ୍କ ସ୍ୱାସ୍ଥ୍ୟ ସାଙ୍ଗକୁ ରୋଜଗାରର ମାଧ୍ୟମ ପାଲଟିଥିବା ବେଶ ଖୁସିର କଥା ।”