ଆଜି ୪ ଜିଲାକୁ ଝଡବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଗତ ୨ ଦିନ ହେବ ପାଗରେ ପରିବର୍ତ୍ତନ ସହ ଦିନ ତାପମାତ୍ରା ହ୍ରାସ ହୋଇଥିଲା। ଆଜି ୪ ଜିଲାରେ କାଳବୈଶାଖୀ ପ୍ରଭାବରେ ଝଡବର୍ଷା ସମ୍ଭାବନା ରହିଛି। ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମସ୍ତ ଜିଲାରେ ବିଜୁଳି ଘଡଘଡି ସହ ଝଡ ପବନ ଓ କୁଆପଥର ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।