ଏସିଆ କପ୍ ଜିତିବା ପାଇଁ ଭାରତୀୟ ପୁରୁଷ ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୁରୁଷ ହକି୫ଏସ୍ ଏସିଆ କପ୍ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳକୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ହକି୫ଏସ୍ ଏସିଆ କପରେ ଚାମ୍ପିୟନ! ଏକ ଅଦ୍ଭୁତପୂର୍ବ ବିଜୟ ପାଇଁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ । ଏହା ଆମ ଖେଳାଳିଙ୍କ ଅସୀମ ଉତ୍ସର୍ଗର ଏକ ପ୍ରମାଣ ଏବଂ ଏହି ବିଜୟ ସହ ଆମେ ଆସନ୍ତା ବର୍ଷ ଓମାନରେ ହେବାକୁ ଥିବା ହକି୫ ବିଶ୍ୱକପରେ ମଧ୍ୟ ଆମର ସ୍ଥାନ ସୁରକ୍ଷିତ କରିଛୁ । ଆମ ଖେଳାଳିଙ୍କ ଆଭିମୁଖ୍ୟ ଏବଂ ନିଷ୍ଠା ଆମ ଦେଶକୁ ପ୍ରେରଣା ଯୋଗାଇବାରେ ଲାଗିଛି ।’