ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ #ExamWarriorsଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ #ExamWarriorsଙ୍କୁ ଶୁଭେଚ୍ଛା ଜଣାଉଛି । ଏହି ଯୁବପୀଢିଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟ ପାଇଁ ମୁଁ ଗର୍ବିତ । ଯୁବପୀଢିଙ୍କ ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସେମାନଙ୍କ ଅଭିଭାବକ ଓ ଶିକ୍ଷକମାନଙ୍କୁ ମଧ୍ୟ ସଫଳତା ଜଣାଉଛି ।”

“ଯେଉଁ ପ୍ରତିଭାବାନ ଯୁବପୀଢି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଆହୁରି ଭଲ କରି ପାରିଥାନ୍ତେ ବୋଲି ଭାବୁଛନ୍ତି ସେମାନଙ୍କୁ କହିବାକୁ ଚାହୁଁଛି- ଆଗାମୀ ଦିନରେ ଆପଣମାନେ ବହୁତ କିଛି କରିପାରିବେ । ପରୀକ୍ଷାର ଗୋଟିଏ ସେଟ ଆପଣଙ୍କୁ ବ୍ୟାଖ୍ୟା କରିପାରିବ ନାହିଁ । ଆଗ୍ରହ ଥିବା କ୍ଷେତ୍ରରେ ନିଜ ପ୍ରତିଭା ଉପଯୋଗ କରନ୍ତୁ । ଆପଣମାନଙ୍କୁ ନିଶ୍ଚିତ ସଫଳତା ମିଳିବ ।”