ଗୁଜରାଟକୁ ହରାଇ ତୃତୀୟକୁ ଉଠିଲା ମୁମ୍ବାଇ

ମୁମ୍ବାଇ : ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଶତକ ପରେ ବୋଲରଙ୍କ ମିଳିତ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍‌ସ ଚଳିତ ଆଇପିଏଲରେ ସପ୍ତମ ବିଜୟ ହାସଲ କରିଛି। ଶୁକ୍ରବାର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯାଇଥିବା ୫୭ତମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ୨୭ ରନରେ ଗୁଜରାଟ ଟାଇଟାନ୍‌ସକୁ ପରାସ୍ତ କରିଛି।
ମୁମ୍ବାଇ ଏହି ବିଜୟ ସହ ଟାଇଟାନ୍‌ସ ବିପକ୍ଷରେ ପ୍ରଥମ ଚରଣ ମ୍ୟାଚ ପରାଜୟର ପ୍ରତିଶୋଧ ନେଇଛି। ମୁମ୍ବାଇ ଇଣ୍ଡିଆନ୍‌ସ ୧୨ଟି ମ୍ୟାଚରୁ ୭ଟି ବିଜୟ ସହ ଟେବୁଲର ୩ୟ ସ୍ଥାନକୁ ଫେରିଛି। ଅନ୍ୟପକ୍ଷରେ ଗୁଜରାଟ ଟାଇଟାନ୍‌ସ ପରାଜୟ ସତ୍ତ୍ବେ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି।