ରତ୍ନିପୋରାକୁ ରେଳ ଯୋଗାଯୋଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପିଆଇବି, ଭୁବନେଶ୍ୱର : ରେଳ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରାଯାଇଛି ଯେ, ଅବନ୍ତିପୋରା ଓ କାକାପୋରା ମଧ୍ୟରେ ରତ୍ନିପୋରା ହଲ୍ଟ ପାଇଁ ଦୀର୍ଘ ଦିନ ଧରି ହୋଇ ଆସୁଥିବା ଦାବି ପୂରଣ ହୋଇଛି । ଏହି ହଲ୍ଟ ଦ୍ୱାରା ଅଞ୍ଚଳରେ ଯାତାୟତ ସହଜ ହେବା ସହ ପରିବହନ ସୁରୁଖୁରୁରେ ହୋଇପାରିବ ।

ରେଳ ମନ୍ତ୍ରଣାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଜମ୍ମୁ ଓ କଶ୍ମୀରରେ ଯୋଗାଯୋଗ ସୁଦୃଢ ହେବା ଭଲ ଖବର ।”