କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଶ୍ରୀ ଓମାନ ଚାଣ୍ଡିଙ୍କ ଦେହାନ୍ତରେ ଆମେ ଜଣେ ନମ୍ର ତଥା ଉତ୍ସର୍ଗୀକୃତ ନେତାଙ୍କୁ ହରାଇଛୁ, ଯେ କି ନିଜ ଜୀବନକୁ ଜନସେବାରେ ଉତ୍ସର୍ଗ କରିଥିଲେ ଏବଂ କେରଳର ବିକାଶ ଦିଗରେ କାର୍ଯ୍ୟ କରିଥିଲେ । ତାଙ୍କ ସହ ହୋଇଥିବା ବିଭିନ୍ନ କଥାବାର୍ତ୍ତା ମନେ ଅଛି, ବିଶେଷକରି ଯେତେବେଳେ ଆମେ ଦୁହେଁ ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲୁ ଏବଂ ପରେ ମୁଁ ଯେତେବେଳେ ଦିଲ୍ଲୀକୁ ଗଲି । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ’ ।