ଭାରତର ଶ୍ରେଷ୍ଠ ରାଜ୍ୟ ଓଡିଶାକୁ “ଭୂମି ସମ୍ମାନ”

ଓଡ଼ିଶା ସମେତ ଦେଶର ୯ଗୋଟି ରାଜ୍ୟର ସଚିବ ଏବଂ ଦେଶର ୬୮ ଗୋଟି ଜିଲାର ଜିଲାପାଳ ଏବଂ ସେମାନଙ୍କ ଟିମକୁ ‘ଭୂମି ସମ୍ମାନ’ ସମ୍ମାନ ରାଷ୍ଟ୍ରପତିଙ୍କଠାରୁ ପ୍ରଦାନ କରାଯାଇଛି। ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମରେ ଉତ୍କର୍ଷ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ରଥମଥର ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ଜିଲାପାଇଁ ଗୌରବର ବିଷୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ଯ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ “ଭୂମି ସମ୍ମାନ” ପ୍ରଦାନ କରିଛନ୍ତି।

ଦେଶର ୭୬୬ ଜିଲ୍ଲା ମଧ୍ଯରୁ ୬୮ଟି ଜିଲ୍ଲାକୁ ପୁରସ୍କାର ମିଳିଥିବା ବେଳେ ଓଡିଶାର ୧୯ଟି ଜିଲ୍ଲା ପୁରସ୍କାର ପ୍ରାପ୍ତ କରି ରାଜ୍ଯ ପାଇଁ ଗୌରବ ଆଣିଛନ୍ତି।

ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୧୯ଟି ଜିଲ୍ଲାର ଜିଲ୍ଲାପାଳ ତଥା ଉପଜିଲ୍ଲାପାଳମାନେ ଏହି ପୁରସ୍କାର ଗ୍ରହଣ କରିଥିଲେ।

Bhoomi Samman 2023_Odisha
Bhoomi Samman 2023_Odisha

ପୁରସ୍କାର ପ୍ରାପ୍ତ କରିଥିବା ଜିଲ୍ଲା:
ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେବଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେଉଁଝର, ନୟାଗଡ, କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା ଓ ସମ୍ବଲପୁର।