ଆଜିଠୁ ୩ ଦିନିଆ ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ୟୁରୋପ….

ନୂଆଦିଲ୍ଲୀ: ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ୟୁରୋପ ଗସ୍ତ କରିଛନ୍ତି । ପ୍ରଥମେ ମୋଦି ବର୍ଲିନରେ ପହଞ୍ଚିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ନେଇ କାର୍ଯ୍ୟକ୍ରମ ରହିଛି । ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରିବେ ବୋଲି ଜଣାପଡ଼ିଛି । ସେଠାରେ ସେ ଜର୍ମାନ ଚାନସଲର ଓଲାଫ ସ୍କୋଲ୍‌ଜଙ୍କ ସହ ଷଷ୍ଠ ଭାରତ-ଜର୍ମାନୀ ଇଣ୍ଟର ଗଭର୍ନମେଣ୍ଟଲ କନସଲଟେଶନ(ଆଇଜିସି)ରେ ଭାଗ ନେବେ ।  ବିଭିନ୍ନ ପ୍ରସଙ୍ଗକୁ ନେଇ ମୋଦି ଫ୍ରାନସିସି ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।