ତେଲଙ୍ଗାନା ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ତେଲଙ୍ଗାନା ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି:

‘ତେଲଙ୍ଗାନା ପ୍ରତିଷ୍ଠା ଦିବସରେ ଏହି ରାଜ୍ୟର ଲୋକଙ୍କୁ ମୋର ଶୁଭକାମନା । ଏଠାକାର ଲୋକଙ୍କ ଦକ୍ଷତା ଏବଂ ସଂସ୍କୃତି ବହୁ ପ୍ରଶଂସିତ । ମୁଁ ତେଲଙ୍ଗାନାର କଲ୍ୟାଣ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି ।’